ହାଇଦ୍ରାବାଦ-ବେଙ୍ଗାଲୁରୁ ରାଜପଥରେ ସଡକ ଦୁର୍ଘଟଣା
ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦ-ବେଙ୍ଗାଲୁରୁ ରାଜପଥରେ ଘଟିଛି ଏକ ଭୟାବହ ଦୁର୍ଘଟଣା ।
(ଆନ୍ଧ୍ରପ୍ରଦେଶ) : ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦ-ବେଙ୍ଗାଲୁରୁ ରାଜପଥରେ ଘଟିଛି ଏକ ଭୟାବହ ଦୁର୍ଘଟଣା । ଶୁକ୍ରବାର ସକାଳେ ପାମିଡି ମଣ୍ଡଳରେ ଟ୍ରକ ଗୋଟିଏ ଅଟୋକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୬ଜଣଙ୍କ ମୃତ୍ୟୁ ଘଟିଥିଲା।
ସୂଚନା ଅନୁଯାୟୀ, ଏହି ଅଟୋରେ ଶ୍ରମିକମାନେ ଅନନ୍ତପୁରର କ୍ଷେତରେ କାମ କରିବାକୁ ଯାଉଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଅଟୋକୁ ପଛରୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଘଟଣା ପରେ ଟ୍ରକ ଡ୍ରାଇଭର ଏବଂ ସବ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ବର୍ତ୍ତମାନ ପୋଲିସ ଏକ ମାମଲା ରୁଜୁ କରିଛି।