ଦୁଇ ବାଇକ ମୁହାଁମୁହିଁ ଧକ୍କା, ତିନି ଗୁରୁତର

(ଜୟନ୍ତ କୁମାର ସେଠୀ): କୋଣାର୍କ କାକଟପୁର ମୁଖ୍ୟ ରାସ୍ତା ଇଶାନେସ୍ୱର ଛକଠାରେ ଘଟିଛି ସଡକ ଦୁର୍ଘଟଣା । ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ବ୍ୟକ୍ତିମାନେ ହେଲେ ଦୁଯ୍ରୋ୍ୟାଧନ କାଣ୍ଡି, ଜଗନ୍ନାଥ କାଣ୍ଡି, ଛବି କାଣ୍ଡି । ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ ଗୋପ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟବସ୍ଥା ସଂକଟାପର୍ଣ୍ଣ ହେବାରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି ।

ସୂଚନାଅନୁଯାୟୀ, କାକଟପୁରରୁ ବାଇକରେ କୋଣାର୍କ ଆସୁଥିବା ସମୟରେ ଏକ ବାଇକ ସହ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ଆହତ ତିନିଙ୍କୁ ପ୍ରଥମେ ଗୋପ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିଲା। ଖବର ପାଇ ଘଟଣାସ୍ଥଳରେ କୋଣାର୍କ ପୋଲିସ ପହଂଚି ଦୁଇ ବାଇକ୍ ଜବତ କରିବାସହ ତଦନ୍ତ ଚଳାଇଛି।