କଲେଜ ବସ୍ ଧକ୍କାରେ ରିକ୍ସା ଚାଳକ ମୃତ

(ଚିତରଞ୍ଜନ ସାହୁ): ବରଗଡ ଜିଲ୍ଲା ବରପାଲି ବସ୍ ଷ୍ଟାଣ୍ଡଠାରେ ଟିଙ୍ଗିପାଳି ଫାର୍ମାସିଟିକଲ କଲେଜ ବସ୍ ଧକ୍କାରେ ଜଣେ ରିକ୍ସା ଚାଳାକଙ୍କ ମୃତ୍ୟୁ ହୋଇଛି । ବସଟି ହଠାତ୍ ଭାରସାମ୍ୟ ହରାଇ ରିକ୍ସାରେ ଧକ୍କା ଦେବା ସହ ତିନୋଟି ବାଇକ ଉପରେ ଚଡି ଯାଇଥିଲା । ଘଟଣାସ୍ଥଳରେ ହିଁ ରିସ୍କା ଚଳାକଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇ ଡ୍ରାଇଭର ଫେରାର୍ ହୋଇଯାଇଥିଲେ । ମୃତ ରିସ୍କା ଚାଳକ ଜଣକ ହେଲେ ପର୍ଶୁରାମ । ପରିବାର ଲୋକେ ତାଙ୍କ ମୃତ ଶବକୁ ୨୦୧ ନମ୍ବର ଜାତୀୟ ରାଜପଥରେ ରଖି କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ । ଖବର ପାଇ ବରପାଲି ପୋଲିସ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରଙ୍କ ସହ ଆଲୋଚନା କରିବା ରେଡକ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା, କଲେଜ ପକ୍ଷରୁ ଏକଲକ୍ଷଟଙ୍କା ଇନ୍ସୁରାନ୍ସ ଓ ପରିବାର ସଦସ୍ୟରୁ ଜଣକୁ କଲେଜରେ ଚାକିରୀ ଦେବା ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଥିଲା ।