ଭିଜିଲାନ୍ସ ପଞ୍ଝାରେ ଅବସରପ୍ରାପ୍ତ ଡ୍ରାଇଭର

(ଗୋଲାପ ସାହୁ /କଳାହାଣ୍ଡି): ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ କୋଟିପତି ଡ୍ରାଇଭର । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଇନ୍ଦ୍ରାବତୀ ପ୍ରକଳ୍ପର ଅଵସରପ୍ରାପ୍ତ ଡ୍ରାଇଭର ରମେଶ ଚନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସର ଚଢାଉ କରିଛି। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଧର୍ମଗଡ଼ ସ୍ଥିତ ବାସଭାବନ ଓ ତାଙ୍କ ଲଜରେ ଏକକାଳୀନ ଚଢାଉ କରାଯାଇଛି । ମାଲକାନଗିରି ଏସପି ସୁଶାନ୍ତ କୁମାର ବିଶ୍ୱାଳଙ୍କ ନେତୃତ୍ବରେ ଭିଜିଲାନ୍ସ ଚାରିଗୋଟି ଟିମ ଚଢାଉ ଜାରି ରଖିଛି । ପ୍ରାଥମିକ ସୁଚନାରୁ ସୁନା , ଜମି କାଗଜପତ୍ର, ବିମା କାଗଜପତ୍ର ଏଟିଏମ ବର୍ତ୍ତମାନ ସୁଦ୍ଧା ଜବତ କରାଯିବା ସହ ଅଧିକ ଚଢାଉ ଜାରି ରହିଛି । ଏହି ଚଢାଉରେ ଭିଜିଲାନ୍ସ ବିଭାଗର ମାଲକାନଗିରି ଡିଏସପି ସୁଶାନ୍ତ କୁମାର ବିଶ୍ବାଳ ଓ ନବରଙ୍ଗପୁର ଇନ୍ସପେକ୍ଟର କଲାବତି ବାଗଙ୍କ ନେତୃତ୍ବରେ ଚଢାଉ ଜାରି ରହିଥିବା ବେଳେ ଆୟ ବହିର୍ଭୁତ ସମ୍ପତିର ଆକଳନ କରୁଛି ଭିଜିଲାନ୍ସ ଟିମ ।