କଳାହାଣ୍ଡିରେ ଖୁସିର ଲହରୀ, ଖୁବ୍ ଶୀଘ୍ର ଉଡିବ ବିମାନ

 

ପୂରଣ ହେବ ସ୍ୱପ୍ନ,ଉଡିବ ବିମାନ । ପୂରଣ ହେବାକୁ ଯାଉଛି କଳାହାଣ୍ଡିବାସୀଙ୍କ ଦୀର୍ଘଦିନର ସ୍ୱପ୍ନ । ପଛୁଆ ଅଞ୍ଚଳରେ ଖୁବ୍ ଶୀଘ୍ର ଉଡିବ ବିମାନ । ଏହି ଖବର ଶୁଣିବା ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଓଡିଶା ସରକାରଙ୍କ ପ୍ରଚେଷ୍ଟା ପରେ କଳାହାଣ୍ଡି ଉତ୍ କେଲା ବିମାନ ବନ୍ଦରକୁ ମିଳିପାରେ ସବୁଜ ସଙ୍କେତ ।
ଉତ୍ କେଲା ବିମାନ ବନ୍ଦରରୁ ଖୁବଶୀଘ୍ର ୨ଟି ବିମାନ ଉଡିବାକୁ ଥିବାବେଳେ ଏହି ବିମାନ ବନ୍ଦରର ୨B ଲାଇସେନ୍ସ ପାଇଁ ରାଜ୍ୟ ସରକାର DGCA ପାଖରେ ଆବେଦନ କରିଛନ୍ତି । ଆଜି ଭୁବନେଶ୍ୱରରୁ ଏକ ବିଶେଷ ଜ୍ଞ ଟିମ୍ ଉତ୍କେଲା ବିମାନ ବନ୍ଦର ପରିଦର୍ଶନ ପାଇଁ ଆସିଥିବାବେଳେ ଆସନ୍ତା ୧୭ ତାରିଖ ଦିନ ମଧ୍ୟ DGCAର ଏକ କମିଟି ପରିଦର୍ଶନରେ ଆସିବା । ଏହି ପଛୁଆ ଅଞ୍ଚଳରୁ ବିମାନ ଉଡିବାକୁ ଥିବାରୁ ଅଞ୍ଚଳବାସୀ ମଧ୍ୟ ବେସ୍ ଖୁସି ଅଛନ୍ତି ।