ଜୀବନରେ କିଛି ସମ୍ପର୍କ ଭାଙ୍ଗିଯିବା ଠିକ

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଯେତେବେଳେ ବ୍ରେକଅପ୍‌ ହୋଇଥାଏ ସେତେବେଳେ ଅନେକ ଭାଙ୍ଗି ପଡ଼ନ୍ତି। ଡିପ୍ରେସନକୁ ପଳାନ୍ତି। ହେଲେ ଆପଣ ଜାଣନ୍ତି କି ବ୍ରେକଅପର ବି କିଛି ଫାଇଦା ରହିଛି।
ବ୍ରେକଅପ ପରେ ସର୍ବ ପ୍ରଥମେ ଏହି ଶିକ୍ଷା ମିଳିଥାଏ ଯେ ଆମେ ଯାହା ଚାହାଁନ୍ତି ବା ଆମର ସବୁ ଇଚ୍ଛା ପୂରଣ ହେବ ଜରୁରୀ ନୁହେଁ।
ଭବିଷ୍ୟତରେ ଅନ୍ୟ ସମ୍ପର୍କକୁ ଠିକ୍‌ ଭାବେ ରଖିବା ପାଇଁ ମଧ୍ୟ ଶିକ୍ଷା ମିଳିଥାଏ। କାରଣ ପଛ ସମ୍ପର୍କରେ ଯେଉଁ କାରଣ ପାଇଁ ଆପଣଙ୍କ ସମ୍ପର୍କ ଖରାପ ହୋଇଥିବ ଆଗାମୀ ସଂପର୍କରେ ଆପଣ ସେହି କାରଣ ପ୍ରତି ବେଶୀ ଧ୍ୟାନ ଦେବେ।
ଧୀରେ ଧୀରେ ଆପଣ ଏହା ମଧ୍ୟ ବୁଝିଯିବେ ଯେ ଜୀବନରେ କିଛି ସଂପର୍କ ଭାଙ୍ଗିଯିବା ଠିକ୍‌। କାରଣ ଯେତେବେଳେ ସବୁକିଛି ଠିକ୍‌ ଥାଏ ସେତେବେଳେ ସାଥୀଙ୍କ ଭିତରେ କିଛି ଖରାପ ଗୁଣ ନଜର ଆସି ନଥାଏ। ହେଲେ ସଂପର୍କ ଖରାପ ହେବା ପରେ ତାଙ୍କ ଭିତରେ କିଛି ଖରାପ ଗୁଣ ବି ଦେଖିବାକୁ ମିଳିଥାଏ। ଅନ୍ୟପକ୍ଷରେ ଯେଉଁ ସଂପର୍କ ଆପଣଙ୍କ ଜୀବନରେ କୁପ୍ରଭାବ ପକାଇଥାଏ ସେ ସଂପର୍କ ଭାଙ୍ଗିଯିବା ହିଁ ଠିକ୍‌।
ବ୍ରେକଅପ ପରେ ଆପଣ ଆତ୍ମ ନିର୍ଭରଶୀଳ ହୋଇଥାନ୍ତି। ଦେଖିଥିବେ ସଂପର୍କରେ ଥିଲା ବେଳେ ଅଧିକାଂଶ ଲୋକ ସବୁ କାମରେ ନିଜ ସାଥୀଙ୍କ ଉପରେ ନିର୍ଭର କରିଥାନ୍ତି। ବ୍ରେକଅପ ପରେ ଆପଣ ନିଜ କାମ ନିଜେ କରନ୍ତି। ଏହାଦ୍ୱାରା ଏହି ବିଶ୍ୱାସ ଆସେ ଯେ ଆପଣ ଏକୁଟିଆ ସବୁ କରିପାରିବେ।