ରତ୍ନ ସିଂହାସନ ଚାରିପଟେ ବୁଲୁଛନ୍ତି ମୂଷା ଅସରପା

ପୁରୀ: ମୂଷା ଓ ଅସରପା ଶ୍ରୀଅଙ୍ଗ ପାଇଁ ସାଜିଛନ୍ତି ବିପଦ । ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନରେ ବୁଲୁଛନ୍ତି ମୂଷା, ଅସରପା । ଏଥିଯୋଗୁଁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଅଙ୍ଗ ପ୍ରତି ବିପଦ ଦେଖାଦେଇଛି । ଏମିତିକି ଏବେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି କି ସେବାୟତ ଶ୍ରୀଅଙ୍ଗ ପାଖକୁ ଯିବା ଅସମ୍ଭବ ହେଉଛି। ସେବା ପାଇଁ ଗଲା ବେଳେ ମୂଷା ଅନେକ ବାଧା ସୃଷ୍ଟି କରୁଛନ୍ତି । ଏଭଳି ସମସ୍ୟା ଗୋଟିଏ କିମ୍ବା ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ମୂଷା ସମସ୍ୟା ଲାଗି ରହିଛି । ମୂଷା ଓ ଅସରପା ଶ୍ରୀଅଙ୍ଗକୁ ଖରାପ କରୁଥିବା ବେଳେ ଶ୍ରୀଅଙ୍ଗ ଓ ଖଣ୍ଡୁଆ ପାଟକୁ ବି ବହୁ ସମୟରେ ନଷ୍ଟ କରି ଦେଉଛନ୍ତି। ଏନେଇ ବହୁବାର ପ୍ରଶାସନ ପକ୍ଷରୁ ମୂଷା ଧରିବାକୁ ବ୍ୟବସ୍ଥା ହୋଇଛି।