(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । । ଭାଇ ଓ ଭଉଣୀର ଦିନ । ଭାଇ ହାତରେ ରାକ୍ଷୀ ବାନ୍ଧିବ ଭଉଣୀ । ଭଉଣୀକୁ ସୁରକ୍ଷା ଦେବାର ପ୍ରତିଶ୍ରୁତି ଦେବ ଭାଇ । ତେଣୁ କରି ପ୍ରତି ଘରେ ଘରେ ଆଜି ପିଠା ମିଠାର ଆସର । ସକାଳୁ ଉଠି ସ୍ନାନ ସାରି ଭାଉଣୀ ଭାଇକୁ ପୂଜା କରି ହାତରେ ରାକ୍ଷୀ ବାନ୍ଧିବାରେ ମାହୋଲ ଦେଖିବାକୁ ମିଳୁଛି । ଭାଇ ମଧ୍ୟ ଏହିି ଅବସରରେ ଭଉଣୀ ପାଇଁ ମନଲାଖି ଉପହାର ଆଣିଛି । ଉପହାର ପାଇଁ ଭଉଣୀ ମଧ୍ୟ ବେଶ ଖୁସି । ଅନ୍ୟପଟେ ଦୂରରେ ଥିବା ଭାଇ ପାଇଁ ମଧ୍ୟ ଭଉଣି ରାକ୍ଷୀ ପଠାଇଛି । ସାରା ଦେଶରେ ଏହି ପର୍ବକୁ ଆନନ୍ଦ ଓ ଉଲ୍ଲାସର ସହିତ ପାଳନ କରାଯାଉଛି । କେବଳ ଘରେ ନୂହେଁ ମନ୍ଦିର ଗୁଡ଼ିକରେ ମଧ୍ୟ ଏହି ପର୍ବ ପାଳନ କରାଯାଉଛି । ଶ୍ରୀ ମନ୍ଦିରରେ ଏହି ପର୍ବ ପାଳନ କରାଯାଇଛି । ପୁରୀ ଶ୍ରୀମନ୍ଦିରରେ ଭଉଣୀ ସୁଭଦ୍ରା ମଧ୍ୟ ବଳଭଦ୍ର ଓ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବନ୍ଧିଛନ୍ତି । ଏହି ପର୍ବକୁ ବଳଭଦ୍ର ଜନ୍ମ ମଧ୍ୟ କୁହାଯାଇ ଥାଏ ।
ତେଣୁ କରି ଏହିପ ପର୍ବ ପାଳନ କରିବା ପଛରେ ରହିଛି ପୌରାଣିକ ତଥ୍ୟ । ମହାଭରତ ର ମୁଖ୍ୟ ଚରିତ୍ରଙ୍କ ମଧ୍ୟରୁ ଦ୍ରୈାପଦୀ ଅନ୍ୟତମ । ଦିନେ ଦ୍ରୈାପଦୀ ନିଜ ପିନ୍ଧା ଶାଢୀର କାନୀକୁ ଚିରି ଶ୍ରୀକୃଷ୍ଣଙ୍କ ହାତରେ ବାନ୍ଧି ଥିଲେ । ଯାହା ଫଲରେ ଶ୍ରୀକୃଷ୍ଣ ଦ୍ରୈାପଦୀଙ୍କୁ ବିପଦରୁ ରକ୍ଷଶ କରିବେ ବୋଲି କଥା ଦେଇଥିଲେ । ସେହି କଥା କୁ ପାଳନ ମଧ୍ୟ କରିଥିଲେ । ସେହି ଦିନ ଠାରୁ ଏହି ପର୍ବ ପାଳିତ ହୋଇ ଆସୁଛି ।