ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ଦେବ ପ୍ରାର୍ଥୀ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି ନିର୍ବାଚନ ପାଇଁ ପ୍ରାର୍ଥୀ ଦେବ କଂଗ୍ରେସ। ହାର୍ ଜିତ୍ ପାଇଁ ଭୟ ନାହିଁ। କିନ୍ତୁ ଆମେ ପ୍ରାର୍ଥୀ ଦେବୁ। ଦଳ ବାହାରୁ ହେଉ କି ଭିତର, ଆମେ ପ୍ରାର୍ଥୀ ଦେବୁ । ଆବଶ୍ୟକ ସଂଖ୍ୟା ନଥିବା ସତ୍ୱେ ୩/୪ଜଣଙ୍କ ନାଁ ସ୍ଥିର ହୋଇଛି । ଏନେଇ ଦଳର ହାଇକମାଣ୍ଡଙ୍କ ସହ ଆଲୋଚନା କରାଯିବ । ଦଳ ଭିତରୁ ହେଉ କି ବାହାରୁ ବି କାହାକୁ ଜଣଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ଭକ୍ତ ଦାସ କହିଛନ୍ତି ।
ଓଡ଼ିଶାର ମୋଟ ୪ଟା ଆସନ ଖାଲି ହେବାକୁ ଯାଉଛି । ବିଜେଡ଼ିର ଦୁଇ ସାଂସଦ ମୁନ୍ନା ଖାଁ ଓ ନିରଞ୍ଜନ ବିଶି ଏବଂ ବିଜେପିର ଦୁଇ ସାଂସଦ ସୁଜିତ କୁମାର ଏବଂ ମମତା ମହାନ୍ତଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ବିଧାନସଭାରେ ସଂଖ୍ୟା ଗରିଷ୍ଠତାରେ ବିଜେପି ପାଖରେ ୭୯ଟି ଓ ସ୍ୱାଧୀନ ୨ଟି, ବିଜେଡ଼ି ପାଖରେ ୫୦ ଏବଂ କଂଗ୍ରେସ ନିକଟରେ ମାତ୍ର ୧୪ଟି ଆସନ ରହିଛି ।