ଭୁବନେଶ୍ୱର: ଘୋଷଣା ହେଲା ରାଜ୍ୟସଭା ନିର୍ବାଚନ ତାରିଖ । ଓଡିଶାରେ ଖାଲି ହୋଇଥିବା ୩ଟି ଆସନ ପାଇଁ ଆସନ୍ତା ଫେବ୍ରୁଆରୀ ୨୭ରେ ହେବ ନିର୍ବାଚନ । ବିଜେପି ନେତା ଅଶ୍ୱିନୀ ବୈଷ୍ଣବ, ବିଜେଡି ନେତା ପ୍ରଶାନ୍ତ ନନ୍ଦ ଏବଂ ଅମର ପଟ୍ଟନାୟକଙ୍କ ରାଜ୍ୟସଭା କାର୍ଯ୍ୟକାଳ ଏପ୍ରିଲ ୩ରେ ଶେଷ ହେବାକୁ ଯାଉଛି । ରାଜ୍ୟସଭା ନିର୍ବାଚନ ପାଇଁ ଫେବ୍ରୁଆରୀ ୮ରେ ପ୍ରକାଶ ପାଇବ ବିଜ୍ଞପ୍ତି । ଫେବ୍ରୁଆରୀ ୧୫ରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଥିବା ବେଳେ ୧୬ରେ ହେବ ଯାଞ୍ଚ । ଏବଂ ୨୦ରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିଛି ।