ରାଜ୍ୟରେ ଲାଗି ରହିଛି ବର୍ଷା , ଗଁଦିଆରେ ସର୍ବାଧିକ ବର୍ଷା ରେକର୍ଡ

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଛି ବର୍ଷା । ଗୁରୁଚାପ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସହ ବିଜୁଳି ଏବଂ ଘଡଘଡି ହେଉଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଢେଙ୍କାନାଳର ଗଁଦିଆରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଗଁଦିଆରେ ସର୍ବାଧିକ ୭୨.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି ଢେଙ୍କାନାଳର ଭୁବନର ୭୨ ମିଲିମଟର ବର୍ଷା , ଅନୁଗୋଳ ଆଠମଲ୍ଲୀକରେ ୬୮ ମିଲିମିଟର ବର୍ଷା , କନ୍ଧମାଳରେ ୬୬.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।
ସୂଚନା ଅନୁଯାୟୀ , ଦୁଇ ଦିନ ପରେ ଓଡିଶା ସଂଲଗ୍ନ ବଙ୍ଗୋପସାଗରରେ ଗୁରୁଚାପ ପୂର୍ବଦିଗକୁ ଘୁଞ୍ଚିବ । ଏଥିପାଇଁ ୨୧ ପରେ ପାଗ ଶୁଖିଲା ରହିବ ବୋଲି କୁହାଯାଉଛି । ତେବେ ଆଜି ବର୍ଷା ଓ ଘଡଘଡି ଆଶଙ୍କା ଥିବାରୁ ଲୋକେ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।