ସାପ୍ତାହିକ ହାଟ ସମସ୍ୟା ପାଇଁ ଜନତା-ପୋଲିସ ବୈଠକ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହିନ୍ଦୋଳ ଏନଏସି ର ବହୁ ପୁରାତନ ହାଟରେ ସୁଧାର ଆଣିବାପାଇଁ ଅତିରିକ୍ତ ଏସପିଙ୍କ ଉଦ୍ୟମରେ ପୋଲିସ-ଜନତା ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖବରରୁ ପ୍ରକାଶ ହିନ୍ଦୋଳ ଏନଏସି ୱାର୍ଡନଂ-୮ ଗୁଣ୍ଡିଚାମଣ୍ଡପ ହାଟପଡିଆରେ ବହୁବର୍ଷଧରି  ସପ୍ତାହରେ ଦୁଇଦିନ(ବୁଧବାର, ଶନିବାର) ଦେବତ୍ତର ବିଭାଗପକ୍ଷରୁ ଚାଲି ଆସୁଥିବା ସାପ୍ତାହିକ ହାଟରେ ବିଭିନ୍ନ ସୁଧାର ଆଣିବାକୁ ଜନସାଧାରଣ ଦାବି କରି ଆସୁଥିଲେ ହେଁ ସମାଧାନ ହୋଇପାରୁନଥିଲା। ତେବେ ଏଥିପାଇଁ ହିନ୍ଦୋଳ ଉପଖଣ୍ଡ ସତ୍ୟ କୁମାର ନନ୍ଦଓ ହିନ୍ଦୋଳ ଥାନାଅଧିକାରିଣୀ ମମତା ସାମନ୍ତରାୟଙ୍କ ଆଜି ଗୁଣ୍ଡିଚାମନ୍ଦିର ପରିସରରେ ଜନତା-ପୋଲିସର ବନ୍ଧୁତ୍ୱପୂର୍ଣ୍ଣ ସାଧାରଣ ବୈଠକ କରାଇ ସମାଧାନର ରାସ୍ତା ବାହାର କରାଯାଇଥିଲା।ସେହି ସ୍ଥାନରେ ରାସ୍ତା ଉପରେ ବସୁଥିବା ହାଟକୁ ଟ୍ରାଫିକ ସମସ୍ୟାଦୂରପାଇଁ ଭିତରକୁ ଘୁଞ୍ଚାଯିବା,ହାଟମଧ୍ୟରେ ଯାନବାହାନ ହଟାଯିବା,ଶାନ୍ତିଶୃଙ୍ଖଳା ଓ ସୁରକ୍ଷାପାଇଁ ପୋଲିସମୁତୟନ,ଆଗକୁ ଭେଣ୍ଡିଂଜୋନ,ଡେଲିମାର୍କେଟ ସ୍ଥାପନ ସହ ଏକ କମିଟି ଗଠନ ପାଇଁ ନିଷ୍ପତି  ଓ ପୋଲିସ-ଜନତାଙ୍କ ମିଳିତ ସହଯୋଗରେ ଏହି ହାଟର ଉର୍ନତିକରଣ କରାଯିବାପାଇଁ ସର୍ବସମ୍ନତିକ୍ରମେ ନିଷ୍ପତି ହୋଇଥିଲା। ଏଥିରେ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇଦିଆଯିବବୋଲି ଅତିରିକ୍ତ ଏସପି ଓ ଥାନାଅଧିକାରିଣୀ ପ୍ରତିଶୃତି ଦେଇଥିଲେ।ଏହି ବୈଠକରେ ଏସଆଇ ଖଗେଶ୍ୱର ସେଠି,ଏଏସଆଇ ଯଶୋବନ୍ତ ପ୍ରଧାନ, ବରିଷ୍ଠ ନାଗରିକ ଶ୍ରୀକାନ୍ତ ବେହେରା,ଶତ୍ରୁଘନ ନନ୍ଦ,ଦଣ୍ଡଧର ବେହେରା, ଭୋଇ ସାମନ୍ତ,ପ୍ରଲ୍ହାଦ ମହାରଣା, ପୂର୍ବତନ କାଉନସିଲର ପ୍ରଦ୍ୟୁମ୍ନ ବେହେରା, ଶ୍ୟାମଘନ ବେହେରା, ପ୍ରତାପ ଦାସଙ୍କ ସହିତ ସନ୍ତୋଷ ମହାପାତ୍ର,ମନୋରଞ୍ଜନ ସାହୁ,ବହୁ ବ୍ୟବସାୟୀ ଓ ସାଧାରଣ ଜନତା ଯୋଗଦେଇଥିଲେ।