ଭୁବନେଶ୍ୱର: ରାଜ୍ୟରେ ଏବେ ପାଗ ମୁଖ୍ୟତ ଶୁଖିଲା ରହିଛି । କିନ୍ତୁ ଆଜିଠୁ ରାଜ୍ୟରେ ଘୁର୍ଣ୍ଣିବଳୟର ପ୍ରକୋପ କମିବ । ଆଜି ଉତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ କେନ୍ଦୁଝର ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ତେଣୁ ଏହି ଦୁଇ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସୂଚନାଯୋଗ୍ୟ ଯେ ରାଜ୍ୟରେ ଜୁନ୍ ମାସରୁ ୨୪ ଅଗଷ୍ଟ ମଧ୍ୟରେ ୯୫୨.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହାକି ଏହିସମୟରେ ସ୍ୱାଭାବିକ ବର୍ଷା ୮୩୮. ୮ ମିଲିମିଟର ତୁଳନାରେ ୧୪ ପ୍ରତିଶତ ଅଧିକ । କନ୍ଧମାଳ ସମେତ ଦେବଗଡ଼, ଢେଙ୍କାନାଳ, ନୟାଗଡ଼, ବୌଦ୍ଧ, କୋରାପୁଟ, ରାୟଗଡ଼ା ଏବଂ ଗଜପତିରେ ସ୍ୱାଭାବିକ୍ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି । ଏହା ବ୍ୟତୀତ ଅନ୍ୟ ୨୨ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି ।