ଆଜି ଠୁ ହେବ ପ୍ରବଳ ବର୍ଷା, ପାଣିପାଗ ବିଭାଗର ସୂଚନା

ଆଜି ଠୁ ରାଜ୍ୟରେ ହେବ ବର୍ଷା । ରାଜ୍ୟରେ ପଡିବ ପଶ୍ଚିମା ଝଡର ପ୍ରଭାବ । ପଶ୍ଚିମା ଝଡର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ବିଜୁଳି ଘଡଘଡି ସହ ବର୍ଷା ଲାଗି ରହିବା ନେଇ ପୂବ ର୍ାନୁମାନ କରିଛି ପାଣିପାଗ ବିଭାଗ । ଆଜି ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ନେଇ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ଆସନ୍ତାକାଲି ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । କିଛି କିଛି ସ୍ଥାନରେ ଘଡ଼ଘଡ଼ି ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।

୧୯ତାରିଖରେ ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡିଶାର କିଛି କିଛି ସ୍ଥାନରେ କୁଆପଥର ସହ ବର୍ଷାର ସମ୍ଭାବନା ରହିଛି। କୁଆପଥର ବର୍ଷା ନେଇ ମାଲକାନଗିରି, କୋରାପୁଟ, କେନ୍ଦୁଝର, କଟକ, ଯାଜପୁର ଏବଂ ଢେଙ୍କାନାଳ ଜିଲ୍ଲାକୁ ଚେତାବନୀ ଜାରି କରାଯାଇଛି। ସେହିପରି ରାୟଗଡା, ବାଲେଶ୍ବର, ଗଞ୍ଜାମ, ଗଜପତି, କନ୍ଧମାଳ, ନବରଙ୍ଗପୁର, ମୟୂରଭଞ୍ଜ, କେନ୍ଦୁଝରକୁ ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି ।