୩୦ରେ ରିଲିଜ ହେବ ଫିଲ୍ମ ‘ବିକ୍ରମ ବେଧା’
ବିକ୍ରମ ବେଧା’ରେ ଦେଖିବାକୁ ମିଳିବ ରାଧିକା ଆପ୍ତେଙ୍କ ହ୍ରିତିକ୍ ରୋଶନ୍ ଓ ସୈଫ୍ ଅଲ୍ଲୀ ଖାନ୍ଙ୍କ ଜଲବା ।
(ମୁମ୍ବାଇ) : ‘ବିକ୍ରମ ବେଧା’ରେ ଦେଖିବାକୁ ମିଳିବ ରାଧିକା ଆପ୍ତେଙ୍କ ହ୍ରିତିକ୍ ରୋଶନ୍ ଓ ସୈଫ୍ ଅଲ୍ଲୀ ଖାନ୍ଙ୍କ ଜଲବା । ବଲିଉଡ୍ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଅଭିନେତ୍ରୀଙ୍କ ମଧ୍ୟରେ ରାଧିକା ଆପ୍ତେ ଅନ୍ୟତମ । ନିକଟରେ ଫିଲ୍ମର ସୁଟିଂ ଶେଷ ହୋଇଛି । ସେହି ଆକ୍ସନ୍ ଥ୍ରିଲରରେ ରାଧିକାଙ୍କ ଭୂମିକା ଖୁବ୍ ଚାଲେଞ୍ଜିଂ ରହିଛି । ଯାହା ଚଳିତବର୍ଷ ସେପ୍ଟେମ୍ବର ୩୦ ତାରିଖରେ ଫିଲ୍ମଟି ରିଲିଜ୍ ହେବ ।
ସେପଟେ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ରାଧିକାଙ୍କୁ ଆଗକୁ ‘ମୋନିକା, ଓ ମାଇ ଡାର୍ଲିଙ୍ଗ୍’ରେ ଦର୍ଶକେ ଦେଖିବାକୁ ପାଇବେ । ତାହା ଏକ କ୍ରାଇମ୍ କମେଡି ଡ୍ରାମା । ସେଥିରେ ରାଧିକାଙ୍କ ସହ ରାଜକୁମାର ରାଓ ଓ ହୁମା କ୍ୟୁରେଶୀ ସ୍କ୍ରିନ୍ ଶେୟାର କରିବେ । ତାହା ମଧ୍ୟ ଚଳିତବର୍ଷ ରିଲିଜ୍ ହେବାର ଅଛି । ପୁଷ୍କର ଓ ଗାୟତ୍ରୀ ତା’ର ନିର୍ଦ୍ଦେଶନାରେ ଅଛନ୍ତି ।
ଏନେଇ ରାଧିକା କହିଛନ୍ତି ଯେ , ‘ବିକ୍ରମ ବେଧା’ରେ ମୋତେ ଜଣେ ଓକିଲଙ୍କ ଭୂମିକାରେ ଦେଖିବାକୁ ମିଳିବ । ମୋର ପୂରା କ୍ୟାରିୟର ମଧ୍ୟରେ ଏହା ସଂପୂର୍ଣ୍ଣ ନିଆରା ଓ ଚାଲେଞ୍ଜିଂ ଭୂମିକା । ମୁଁ ପାରୁପର୍ଯ୍ୟନ୍ତ ମୋର ଚରିତ୍ରକୁ ନ୍ୟାୟ ଦେବାକୁ ଚେଷ୍ଟା କରିଛି । ହ୍ରିତିକ୍ ଓ ସୈଫ୍ଙ୍କ ସହିତ ମୋ’ କାମକୁ ଦର୍ଶକେ ପସନ୍ଦ କରିବେ ବୋଲି ଆଶା । ‘ବିକ୍ରମ ବେଧା’ ହେଉଛି ଏକ ତାମିଲ ଫିଲ୍ମର ହିନ୍ଦୀ ରିମେକ୍ ।