ବାଲେଶ୍ୱର: ଗାଁ ଭିତରକୁ ୨୦ ଫୁଟର ଅଜଗର ସାପ ପଶି ଆସିବାରୁ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଘଟଣାଟି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ରଣସିଙ୍ଗପୁର ଗାଁରେ ଘଟିଛି । ବନବିଭାଗ କର୍ମଚାରୀଙ୍କ ଦ୍ୱାରା ସାପଟିକୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛଡ଼ାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ବିଳମ୍ବିତ ରାତିରେ ରାସ୍ତା ଉପରେ ଅଜଗର ଶୋଇଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ ଗାଁଲୋକ। ତେବେ ଲୋକଙ୍କ ଶବ୍ଦ ଶୁଣି ସାପଟି ପାଖ ଚାଷ ଜମିକୁ ପଳାଇ ଯାଇଥିଲା। ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅଜଗରକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଥିଲେ ।