(ରିପୋଟର୍ସ ଟୁୁଡେ) : ୧୮ ତମ ଏସିିଆନ ଗେମ୍ସରେ ଭାରତର ବ୍ୟାଡମିଟନ ତାରକା ପିଭି ସିନ୍ଧୁ ଫାଇନାଲରେ ରୌପ୍ୟ ପଦକ ହାସଲ କରିଛନ୍ତି । ସେ ମହିଳା ଏକକ ବର୍ଗର ଫାଇନାଲରେ ବିଶ୍ୱର ଏକ ନମ୍ବର ଖେଳାଳୀ ଚୀନ ତାଇପେ ର ତାଇ ଜୁୁ ୟିଙ୍ଗ ଙ୍କ ଠାରୁ ହାର ମାନିଛନ୍ତି । ଫାଇନାଲରେ ହାରି ମଧ୍ୟ ସେ ଇତିହାସ ସୃଷ୍ଟି କରିଛନ୍ତି । ସିନ୍ଧୁ ଏସିଆନ ଗେମ୍ସରେ ବ୍ୟାଡମିଣ୍ଟନରେ ୫୬ ବର୍ଷର ଇତିହାସରେ ପ୍ରଥମ ଭାରତୀୟ ଭାବରେ ରୌପ୍ୟ ପଦକ ଜିତିଛନ୍ତି । ଏସିଆନ ଗେମ୍ସରେ ୧୯୬୨ ମସିହାରେ ବ୍ୟାଡମିଣ୍ଟନ କୁ ସାମିଲ କରାଯାଇଥିଲା ।
ଜାକାର୍ତାରେ ମଙ୍ଗଳବାର ଦିନ ୨୩ ବର୍ଷିୟ ବିଶ୍ୱର ତିନି ନମ୍ବର ଖେଳାଳୀ ସିନ୍ଧୁ ଭଲ ପ୍ର୍ରଦର୍ଶନ କରିନଥିଲେ । ଭାରତୀୟ ଖେଳାଳିକୁୁ ରେକର୍ଡରେ ବିଶ୍ୱର ସର୍ବଶ୍ରେଷ୍ଠ ଖେଳାଳୀ ୩୪ ମିନିଟରେ ୧୩-୨୧, ୧୬-୨୧ ସେଟରେ ପରାସ୍ତ କରିଥିଲେ । ସିନ୍ଧୁ ୟିଙ୍ଗ ଙ୍କ ହାତରେ ଲଗାତାର ୬ ପଏଣ୍ଟା ହରାଇଥିଲେ, ଯାହାଫଳରେ ୟିଙ୍ଗ ଙ୍କ ସପକ୍ଷରେ ୩-୧୦ ଅଙ୍କ ହୋଇଯାଇଥିଲା । ଦୁୁହିଁଙ୍କ ମଧ୍ୟରେ ଏହା ୧୩ ନମ୍ବର ମୁକାବିଲା ଥିଲା, ଯେଉଁଥିରେ ୟିଙ୍ଗ ୧୦ ଥର ବିଜେତା ହୋଇଛନ୍ତି । ସେହିପରି ସେମିଫାଇନାଲରେ ହାରି ସାଇନା ନେହେୱାଲ ଭାରତ ପାଇଁ କାଂଶ୍ୟ ପଦକ ଜିତିଛନ୍ତି ।