ପୁରୀ ଓ ବ୍ରହ୍ମଗିରି ରେ ବାର୍ଡ ଫ୍ଲ ଆଶଙ୍କା

(ଜୟନ୍ତ କୁମାର ସେଠୀ): ଚିଲିକା ପକ୍ଷୀ ଅଭୟାରଣ୍ୟ ସହିତ ପୁରୀ ଓ ବ୍ରହ୍ମ ଗିରି ଅଞ୍ଚଳରେ କାଉ ମଡ଼କ , ଅନ୍ୟକିଛି ପକ୍ଷୀ ସହ କୁକୁଡ଼ା ଙ୍କ ମୃତ୍ୟୁ ଯୋଗୁ ବାର୍ଡ ଫ୍ଲୁ ଆଶଙ୍କା କରିଛନ୍ତି ପୁରୀ ଓ ବ୍ରହ୍ମଗିରି ସ୍ଥାନୀୟ ଲୋକେ। ତେବେ ଏହି ଖବର ମିଳିବା ପରେ ପୁରୀ ଜିଲା ବନ ବିଭାଗ ,ପଶୁସମ୍ପଦ ବିଭାଗ ମିଳିତ ଭାବେ ଯାଇ ଉକ୍ତ ଅଞ୍ଚଳ ପରିଦଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥି ସହିତ ମୃତ କାଉ, ଅନ୍ୟ ପକ୍ଷୀ ,ମୃତ କୁକୁଡ଼ା ର ରକ୍ତ ର ନମୁନା ସଂଗ୍ରହ କରାଯାଇ ଏହାର ପରୀକ୍ଷା ନିମନ୍ତେ କଟକ ଫୁଲନଖରା ସ୍ତିତ ପଶୁପକ୍ଷୀ ରୋଗ ଗବେଷଣା ପ୍ରତିଷ୍ଠନ ପରୀକ୍ଷା ଗାରକୁ ପଠାଯାଇଛି। ଏଥି ସହି ଏହି ନମୁନା ର ପରୀକ୍ଷା ପାଇଁ ଭୋପାଳ ସ୍ତିତ ପରୀକ୍ଷା ଗାରକୁ ପଠାଯିବ ବୋଲି ପୁରୀ ମୁଖ୍ୟ ପଶୁ ସଂପଦ ଅଧିକାରୀ କହିଛନ୍ତି। ତେବେ ବର୍ତ୍ତମାନ ଲକ୍ଷଣ କୁ ଅନୁଧ୍ୟାନ କଲେ କାଉ ମଡକ ବାର୍ଡ ଫ୍ଲୁ ଜନିତ ନୁହେଁ ବୋଲି ଜିଲା ପଶୁସମ୍ପଦ ଅଧିକାରୀ କହିଛନ୍ତି। ସେହିପରି କୃଷ୍ନ ପ୍ରସାଦ ଅଞ୍ଚଳରେ ଏକ ଫାର୍ମ ରେ ମାରିଥିବା କୁକୁଡ଼ା ନିମୋନିଆ ଯୋଗୁ ମୃତ୍ୟ ହୋଇ ଥିବା ପଶୁ ସଂପଦ ଅଧିକାରୀ କହିଛନ୍ତି। ତେବେ ଏ ନେଇ ଭୟ ଭିତ ହେବାର କୌଣସି କାରଣ ନ ଥିବା ପୁରୀ ପଶୁସମ୍ପଦ ଅଧିକାରୀ କହିଛନ୍ତି। ପରିସ୍ଥିତି ପ୍ରତି ବିଭାଗ ନଜର ରଖିଛି। ତେବେ ରକ୍ତ ନମୁନା ରିପୋର୍ଟ ଆସିବା ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ପୁରୀ ପଶୁସମ୍ପଦ ଅଧିକାରୀ କହିଛନ୍ତି।