ପୁରୀ : ପୁରୀ ସ୍ୱର୍ଗଦ୍ୱାରରେ ସମ୍ପର୍ଣ୍ଣ ହୋଇଛି ବିଶିଷ୍ଟ କଣ୍ଠ ଶିଳ୍ପୀ ଶାନ୍ତିଲତା ଶେଷକୃତ୍ୟ । ବଡ ପୁଅ ଅଭିନାଶ ଛୋଟରାୟ ଦେଲେ ମୁଖାଗ୍ନି । ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ସ୍ୱାମୀ ବସନ୍ତ କୁମାର ଛୋଟରାୟ ଏହି ସୂଚନା ଦେବା ପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ଦିର୍ଘଦିନ ଧରି କର୍କଟ ରୋଗରେ ଆକ୍ରନ୍ତ ହୋଇ ଚିକିତ୍ସିତ ହେଉଥିଲେ ଶାନ୍ତିଲତା ବାରିକ । ଦୀର୍ଘ ଦଶନ୍ଧିର ସଙ୍ଗୀତ ସାଧନାରେ ସେ ବିଶେଷ ଭାବେ ଭଜନ ପାଇଁ ବେଶ ଲୋକପ୍ରିୟତା ହାସଲ କରିଥିଲେ । ଜଗନ୍ନାଥ ଭଜନ ଓ ଜଣାଣ ଗାଇବାରେ ତାଙ୍କର ବେଶ ସୁଖ୍ୟାତି ଥିଲା ।
ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଳାଜଗତ ସହ ଦିବଙ୍ଗତ ଆତ୍ମାର ସଦଗତି କାମନା କରିଛନ୍ତି ।