୩୫ଟି ଅକ୍ସିଜେନ ପ୍ଲାଣ୍ଟ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଦେଶ ପାଇଁ ୩୫ଟି ପିଏସଏ ଅକ୍ସିଜେନ ପ୍ଲାଣ୍ଟ ଉତ୍ସର୍ଗ କରିବାକୁ ଯାଉଛନ୍ତି ପଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି । ଉତ୍ତରାଖଣ୍ଡର ଋଷିକେଶ ସ୍ଥିତ ଏମସରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମାନ୍ୟବର ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରିବା ସହ ଅକ୍ସିଜେନ ପ୍ଲାଣ୍ଟଗୁଡିକୁ ଲୋକାର୍ପଣ କରିବେ । ତାଙ୍କ ବ୍ୟତୀତ ଉତ୍ତରାଖଣ୍ଡର ଜିଲ୍ଲାପାଳ ଗୁରମିତ ସିଂ ଏବଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ମଧ୍ୟ ଏହି କାର୍ଯ୍ୟରେ ଯୋଗ ଦେବେ । ବିଭିନ୍ନ ରାଜ୍ୟତଥା କେନ୍ଦ୍ରଶାସିତ ଅଞ୍ଚଳରେ ପିଏମ କେୟାର୍ସ ଅଧୀନରେ ସ୍ଥାପନ ହୋଇଥିବା ପିଏସଏ ଅକ୍ସିଜେନ ଗୁଡିକ ଆଜିଠାରୁ କାର୍ଯ୍ୟକ୍ଷମ କରାଯିବ । ଏପର୍ଯ୍ୟନ୍ତ ଦେଶରେ ପିଏମ କେୟାର୍ସ ଦ୍ୱାରା ମୋଟ ୧୨୨୪ଟି ପିଏସଏ ଅକ୍ସିଜେନ ପ୍ଲାଣ୍ଟ ନିର୍ମାର ହୋଇଥିବା ବେଳେ ସେଥିମଧ୍ୟରୁ ୧୧୦୦ରୁ ଅଧିକ ପ୍ଲାଣ୍ଟ କାର୍ଯ୍ୟକ୍ଷମ ରହିଛି ଏଗୁଡିକରୁ ଦିନକୁ ପ୍ରାୟ ୧୭୫୦ ମେଟ୍ରିକ ଟନ ଅକ୍ସିଜେନ ଉତ୍ପାଦନ ହେଉଥିବା ସୂଚନା ମିଳିଛି ।