(ଆଦର୍ଶ ରାଉତ) : ବିଭିନ୍ନ ପ୍ରକଳ୍ପର ଶୁଭରମ୍ଭ ପାଇଁ ଆସନ୍ତା କାଲି ଓଡିଶା ଆସୁଛନ୍ତି ନରେନ୍ଦ୍ର ମୋଦି । ୮.୪୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବେ । ଜରୁରୀ କାଳିନ ସୁରକ୍ଷା ନେଇ ଭୂବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କର ସୁରକ୍ଷା ନିୟମ ଅନୁଯାୟୀ ରାଜଭବନକୁ (ସେଫ୍ ହାଉସ) ବୋଲି ନିଆଯାଇଛି । ତା ସହ ସୁରକ୍ଷା ଦୃଷ୍ଟିରୁ ବିମାନ ବନ୍ଦରଠାରୁ କ୍ୟାପିଟାଲ ଛକ ଦେଇ ରାଜଭବନ ପର୍ଯ୍ୟନ୍ତ ୨୫ ପ୍ଲାଟୁନ ପୋଲିସ ଫୋର୍ସ, ୩୦ ଜଣ ପୋଲିସ ଅଧିକାରୀ ମୁତୟନ ରହିବେ ।
ସେ ନେଇ ଆଜି କମିଶନର ପୋଲିସ ତରଫରୁ ଏକ ସୁରକ୍ଷାର ଯାଞ୍ଚ କରାଯାଇଥିଲା । ଏଥିରେ ପୋଲିସ କମିଶନର ସତ୍ୟଜିତ ମହାନ୍ତି, ଡିସିପି ଅନୁପ ସାହୁ ଉପସ୍ଥିତ ଥିଲେ ।