୩ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଆସନ୍ତା କାଲି ଠାରୁ ୩ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୁରକ୍ଷାକୁ ନଜରରେ ରଖି କମିଶନରେଟ ପୋଲିସ ପକ୍ଷରୁ ୫୫ ପ୍ଲାଟୁନ ପୋଲିସ ଫୋର୍ସ ସହ ୩୦୦ ଅଫିସର ନିୟୋଜିତ ହେବେ ବୋଲି କୁହାଯାଉଛି । ମହାମହିମଙ୍କ ଗସ୍ତ ପୂର୍ବରୁ ଆଜି କଟକ , ଭୁବନେଶ୍ୱରରେ କାରକେଡ ରିହର୍ସାଲ କରାଯାଉଛି । ବଲ୍ୟୁ-ବୁକ ଗାଇଡଲାଇନ ଅନୁସାରେ ରାଷ୍ଟ୍ରପତିଙ୍କ କାରକେଡ ତାଙ୍କ ଗନ୍ତବ୍ୟସ୍ଥଳକୁ ଯିବ । ପ୍ରୋଟୋକଲ ଅନୁସାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବିଶିଷ୍ଠ ବ୍ୟକ୍ତି ମାନେ ବିମାନବନ୍ଦରରେ ମହାମହିମଙ୍କୁ ସ୍ୱାଗତ କରିବେ । ପରେ ମହାମହିମଙ୍କୁ ଗାର୍ଡଅଫ ଅନର ପ୍ରଦାନ କରାଯିବ । ସେଠାରୁ ତାଙ୍କୁ ରାଜଭବନ ନିଆଯିବ । ସେହିଦିନ ରାଜଭବନରେ ଆପାଦଗ୍ରସ୍ତ ଜନଜାତି ଗୋଷ୍ଟୀ ପ୍ରତିନିଧିଙ୍କ ସହ ସାକ୍ଷାତ କରିବେ ରାଷ୍ଟ୍ରପତି । ୨୬ ତାରିଖରେ କଟକ ଏସସିବିର ବର୍ଷିକ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ୨୭ ତାରିଖରେ ତମାଣ୍ଡୋ ଦଶବାଟିଆ ଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲଇଟ୍ ହାଉସ କଂପ୍ଲେକ୍ସ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ ମହାମହିମ ରାଷ୍ଟ୍ରପତି । ଏହା ପରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।