ଆସନ୍ତା କାଲିଠାରୁ କଟକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠରେ ଆରମ୍ଭ ହେବ ପଞ୍ଚୁକ । କାର୍ତ୍ତିକ ମାସ ଏକ ପୂଣ୍ୟର ମାସ ହୋଇଥିବା ବେଳେ ,ପ୍ରତ୍ୟକ ଦିନ ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ ଭିଡ ଜମିଥାଏ । ଏହା ମଧ୍ୟରେ ଅନେକ ବ୍ୟବସାୟୀ ମାନେ ନିଜର ବେପାର ପାଇଁ ସବୁର ଦର ଉଚ୍ଚ କରି ବିକ୍ରୀ କରିଥାଆନ୍ତି । ସେ ସବୁକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଗାଡି ଷ୍ଟାଣ୍ଡ୍ରେ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଆଦାୟ କରାଯାଇଥିବା ନେଇ ଅଭିଯୋଗ ପରେ ଆଠଗଡ ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଧାର୍ଯ୍ୟ ଦର ତାଲିକା ଜାରି କରିଛନ୍ତି । ଏଥିରେ ଦୀପ,ଚପଲ,ସାଇକେଲ ଷ୍ଟାଣ୍ଡ୍ ପାଇଁ ଦର ଲେଖା ଯାଇଛି ।ସାଇକେଲ ୫ଟଙ୍କା,୨ଚକିଆ ଯାନ ୧୫ ଟଙ୍କା ,୩ଚକିଆ ୨୫,କାର୍ ଓ ଜିପ୍ ୩୦,ଟ୍ରାକ୍ଟର ୪୦ ଓ ବଡ ବସ୍ ପାଇଁ ୫୦ ଟଙ୍କା ରହିଛି ।ଚପଲ ହଳପ୍ରତି ୫ଟଙ୍କା ଓ ଦୀପ ଗୋଟାପ୍ରତି ୭ ଟଙ୍କା ରହିଛି ।ଏହାଠାରୁ ଅଧିକ ଦରରେ ଅର୍ଥ ଆଦାୟ କରାଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ତରାଇ କହିଛନ୍ତି ।