ପଦ୍ମପୁରରେ ସାମ୍ବାଦିକ ସମ୍ମିଳନୀ କଲେ ପଦ୍ମପୁର ଉପନିର୍ବାଚନ ବିଜେପି ପାର୍ଥି ପ୍ରଦୀପ ପୁରୋହିତ

ଭୁବନେଶ୍ୱର ( ହରପ୍ରସାଦ ବିଷୋୟୀ):- ପଦ୍ମପୁରରେ ସାମ୍ବାଦିକ ସମ୍ମିଳନୀ କଲେ ପଦ୍ମପୁର ଉପନିର୍ବାଚନ ବିଜେପି ପାର୍ଥି ପ୍ରଦୀପ ପୁରୋହିତ । ପ୍ରେସମିଟରେ କାନ୍ଦିଲେ ପ୍ରଦୀପ ପୁରୋହିତ । ପ୍ରେସମିଟରେ ପାଇକମାଲ ଥାନ ପଥରେଲ ଗାଁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଉପରେ ବିଜେଡି ଆକ୍ରମଣ କରିବା ପାଇଁ ଅଭିଯୋଗ ଆଣିଲେ । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଟୁକୁନି ସାହୁ, ରାଜେନ୍ଦ୍ର ଢୋଲକିଆ, ନିରଞ୍ଜନ ପୂଜାରୀ ଓ ବିଧାୟକ ଶୁଶାନ୍ତ ସିଂଙ୍କ ପ୍ରରୋଚନାରେ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲେ। ମୋତେ ଆକ୍ରମଣ କରିବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା। ସ୍ଥାନୀୟ ଲୋକ ମୋ ଗାଡିକୁ ଆସି ସୁରକ୍ଷା ଦେଲେ।