ବିଜାପୁରରେ ପୋଲିସୀ ଏନକାଉଣ୍ଟର: ୨ ମାଓମାଦୀ ନିହତ

ମାଲକାନଗିରି: ମାଲକାନଗିରି ଛତିଶଡ ସୀମାନ୍ତ ବିଜାପୁର ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ପୋଲିସ ଗୁଳିରେ ଦୁଇ ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ ସହ ବିପୁର ପରିମାଣରେ ବିସ୍ଫୋରକ ସାମଗ୍ରୀ ସୁରକ୍ଷା କର୍ମୀ ଜବତ କରିଛନ୍ତି ।
ସୂଚନା ଅନୁଯାୟୀ, ଏପ୍ରିଲ ୬ ତାରିଖରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । କରିଗୁଟା ଜଙ୍ଗଲରେ ପୋଲିସ ଏନକାଉଣ୍ଟରରେ ତିନି ହାର୍ଡକୋର ମାଓବାଦୀ ନିହତ ହୋଇଥିଲେ । ଘଟଣା ସ୍ଥଳରେ ଘେଟଣା ସ୍ଥଳରୁ ଗୋଟଏ ଏଲଏମଜି, ଗୋଟିଏ ଏକେ ୪୭ ବନ୍ଧୁକ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିଲା ପୋଲିସ ।