(ଜଗନ୍ନାଥ ଅଗ୍ରୱଲ/ ମନୀଲ ମହାରଣା ): ତାଳଚେର ସାର କାରଖାନା ପୁନଃରୁଦ୍ଧାର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ନୂଆ ଜୀବନ ପାଇବ ତାଳଚେର ସାର କାରଖାନା । କୋଇଲାରୁ ଗ୍ୟାସ ଅଧାରିତ ସାର କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଠାରେ ବର୍ଷକୁ ୧.୨୭ ଲକ୍ଷ ମେଟ୍ରିକ ଟନ ୟୁରିଆ ସାର ଉତ୍ପାଦନ ହେବ । ଖର୍ଚ୍ଚ ହେବ ୧୩ ହଜାର କୋଟି ଟଙ୍କା । ୨୦୨୨ ସୁଦ୍ଧା ପ୍ଲାଣ୍ଟ କାମ ହେବା ନେଇ ଲକ୍ଷ୍ୟ ରହିଛି ।
ଆଜି ଓଡିଶାବାସୀଙ୍କ ପାଇଁ ଆନନ୍ଦର ଦିନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସାରାକାରଖାନାର ପୁନରୁଦ୍ଧାର ପାଇଁ ଦୀର୍ଘଦିନରୁ ରାଜ୍ୟର ଦାବି ଥିଲା । ତେବେ ପ୍ରଧାନମନ୍ତ୍ରୀ ଦାବି ପୂରଣ ପାଇଁ ପଦକ୍ଷେପ ନେଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି । ପୂର୍ବ ଭାରତରେ ୟୁରିଆ ସାର କାରଖାନା ନଥିଲା । ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶରୁ ୟୁରିଆ ଆସୁଥିଲା । ତେଣୁ ସସମ୍ୟା ସୃଷ୍ଟି ହେଉଥିଲା । ଏଥିରୁ ଓଡିଶାର ଚାଷୀମାନେ ୫୦ ପ୍ରତିଶତ ୟୁରିଆ ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପୋଷଣ କରିଛନ୍ତି ।