( ରିପୋର୍ଟସ ଟୁଡେ) : ଗୁରୁବାର ନୂଆଦିଲ୍ଲୀରେ ଇଣ୍ଟରନ୍ୟାସନାଲ କନେକସନ ଆଣ୍ଡ ଏକ୍ସପୋ ସେଣ୍ଟର ଶିଳାନ୍ୟାସ ଲାଗି ଦିଲ୍ଲୀ ମେଟ୍ରୋରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଯାତ୍ରା କରିିଥିଲେ । ଯାତ୍ରା ସମୟରେ ଯାତ୍ରୀମାନେ ତାଙ୍କ ସହ ମିିଶିବା, କଥା ହେବା ଓ ସେଲଫି ଉଠାଇବାର ଯୁଯୋଗକୁ ହାତଛଡ଼ା କରିିନଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ଏହାର ବେଶ ଆନନ୍ଦ ନେଇଥିଲେ । ଅଙ୍ଗରକ୍ଷୀମାନେ ଦୂରରେ ରହି କାର୍ଯ୍ୟକ୍ରମକୁ ସଂପାଦନ କରିଥିଲେ । ସୂଚନା ଅନୁସାରେ ଗତ ଜୁଲଇ ମାସ ଦକ୍ଷିଣ କୋରିଆ ଗ୍ରସ୍ତ ସମୟରେ, କୋରିଆର ରାଷ୍ଟ୍ରପତି ମୁନ ଜୋଏଙ୍କ ସହ ସାମସଙ୍ଗର ନୂତନ କେନ୍ଦ୍ରର ଉଦଘାଟନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଟ୍ରୋ ଟ୍ରେନରେ ଯାତ୍ରା କରିଥିଲେ ।