ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ) : ଜୁନିୟର କଲେଜରେ ଯୁକ୍ତ ୨ ସିଟ୍ ବଢାଇବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ସରକାରଙ୍କ ନିର୍ଦ୍ଦେଶ । ସିଟ୍ ବୃଦ୍ଧି କରିବାକୁ ନେଇ ୭ ଦିନ ମଧ୍ୟରେ ଆବେଦନ କରିବା ପାଇଁ ନିର୍ଦ୍ଦେଶ ଦେଲେ ସରକାର । ସାମ୍ସରେ ଅନଲାଇନ ମାଧ୍ୟମରେ ଆବେଦନ କରିବାକୁ ସରକାରଙ୍କ ନିର୍ଦ୍ଦେଶ । ଚଳିତ ବର୍ଷ ୫ ଲକ୍ଷ ୬୨ ହଜାର ୧୦ ପିଲା ମାଟ୍ରିକ ପାସ୍ କରିଛନ୍ତି । ତେବେ ରାଜ୍ୟରେ +୨ ସିଟ୍ ସଂଖ୍ୟା ୪ ଲକ୍ଷ ୪୩ ହଜାର ୩୫୪ ରହିଛି ।