ଯାନ୍ତ୍ରିକ ତ୍ରୁଟି ପାଇଁ ‘ପୋର୍ଟ ସୁଦାନ ଏୟାର ପୋର୍ଟ’ ରେ ବିମାନ ଦୁର୍ଘଟଣାଗ୍ରସ୍ତ

0

ଯାନ୍ତ୍ରିକ ତ୍ରୁଟି ପାଇଁ ରବିବାର ଦିନ ‘ପୋର୍ଟ ସୁଦାନ ଏୟାର ପୋର୍ଟ’ ରେ ଏକ ବଡ ଦୁର୍ଘଟଣା ଘଟିଛି । ଏଠାରେ ଏକ ସିଭିଲ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ସେନାଙ୍କ ପ୍ରଣ ହାନି ହୋଇଥିବା କୁହାଯାଉଛି । ତେବେ ଏଥିରେ ଜଣେ କୁନି ଝିଅର ଜୀବନ ରକ୍ଷା ପାଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ପୋର୍ଟ ସୁଦନ ବିମାନବନ୍ଦରରୁ ଏକ ସିଭିଲ ବିମାନ ଉଡାଣ ଭରୁଥିଲା ଏହି ସମୟରେ ହଠାତ ବୈଷୟିକ ତ୍ରୁଟି ହେତୁ ଟେକ୍ଅଫ ବେଳେ ବିମାନଟି କ୍ରାସ ହୋଇଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବିମାନରେ ଥିବା ୯ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ୪ଜଣ ଯବାନ ରହିଥିବା କୁହାଯାଉଛି । ସେପଟେ ଅଳ୍ପକେ ବର୍ତ୍ତି ଯାଇଥିବା କୁନି ଝିଅକୁ ଚିକିତ୍ସା ପାଇଁ ଡକ୍ତେରଖାନାରେ ଭର୍ତ୍ତି କରାଯାଇଛି ।