ଶରଧାବାଲି ଦଳାଚକଟା ଘଟଣାର ରିପୋର୍ଟ ଆଜି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିପାରନ୍ତି ଉନ୍ନୟନ କମିଶନର

ଭୁବନେଶ୍ବର:- ଶରଧାବାଲି ଦଳାଚକଟା ଘଟଣାର ରିପୋର୍ଟ ଆଜି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିପାରନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ। ଜୁଲାଇ ୩୦ ସୁଦ୍ଧା ସମସ୍ତ ଶୁଣାଣି ଶେଷ ହୋଇଛି। ସବୁ ରିପୋର୍ଟକୁ ଏକାଠି କରି ପ୍ରଦାନ କରିବେ ଉନ୍ନୟନ କମିଶନର। କମିଟି ସଦସ୍ୟଙ୍କ ସହ ଆଲୋଚନା କରୁଛନ୍ତି ଉନ୍ନୟନ କମିଶନର। ଶରଧାବାଲି ଅଘଟଣ ପରେ ତଦନ୍ତ କରି ମାସକ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଧେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଗତକାଲି ଏହାର ଡେଡଲାଇନ ଶେଷ ହୋଇଛି।

ଚଳିତ ବର୍ଷ ରଥଯାତ୍ରାର ପରଦିନ ଶରଧାବାଲିରେ ଘଟିଥିଲା ହୃଦୟ ବିଦାରକ ଦଳାଚକଟା ଘଟଣା। ଏହି ଅଘଟଣରେ ୩ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା ଓ ଅନେକ ଆହତ ହୋଇଥିଲେ। ସରକାର ଏହି ଘଟଣାର ତଦନ୍ତ ନିମନ୍ତେ ଉନ୍ନୟନ କମିଶନରଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦେଇଥିଲେ। ଗତ ମାସ ୨୮ ତାରିଖରେ ଘଟଣା ଘଟିଥିବା ବେଳେ ୨୯ ତାରିଖରେ ଏହି ଘଟଣାର ନିର୍ଦ୍ଦେଶନାମା ଜାରି ହୋଇଥିଲା।