ପିଏମସି ଗ୍ରାହକଙ୍କୁ ପେଟିଏମ ଯୋଗାଇବନି ସେବା

(ରିପୋଟର୍ସ ଟୁଡେ,ନୁଆଦିଲ୍ଲୀ): ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ(ପିଏମସି)ବ୍ୟାଙ୍କ ଗ୍ରାହକଙ୍କୁ ଝଟକା ଦେଇଛି ଦେଶର ପ୍ରମୁଖ ମୋବାଇଲ ୱାଲେଟ ସଂସ୍ଥା ପେଟିଏମ । ପିଏମସି ଗ୍ରାାହକଙ୍କ ଉପରେ ଆରବିଆଇ କଟକଣା ଲଗାଇଥିବାରୁ ପେଟିଏମ ଏବେ ସେବା ପ୍ରଦାନ କରିବାକୁ ଅନିଚ୍ଛା ପ୍ରକାଶ କରିଛି । ତେଣୁ ଯେଉଁମାନେ ଏହି ବ୍ୟାଙ୍କର ଗ୍ରାହକ ରହିଛନ୍ତି ସେମାନେ ଅନ୍ୟ ଏକ ବ୍ୟାଙ୍କକୁ ପେଟିଏମରେ ଯୋଡି ସେବା ପାଇ ପାରିବେ ବୋଲି ପେଟିଏମ ପକ୍ଷରୁ କୁହାଯାଇଛି । ଯେଉଁ ଗ୍ରାହକମାନେ ପେଟିଏମ ମାଧ୍ୟମରେ ପିଏମସି ବ୍ୟାଙ୍କରେ ଟଙ୍କା ଡିପୋଜିଟ କରିବାକୁ ଚେଷ୍ଟା କରିବେ ସେମାନେ ସଫଳ ହେବେ ନାହିଁ ବୋଲି ପେଟିଏମ ସୁଚାଇ ଦେଇଛି ।