(ସେକ.ମୋହିନୁଲ ହକ) ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ କୁମାରଙ୍ଗ ପଞ୍ଚାୟତ ଖୁଣ୍ଟପଲ୍ଲିଗ୍ରାମର ଗ୍ରାମର ପ୍ରଶାନ୍ତ ସାହୁ (୨୨) ନାମକ ବ୍ୟକ୍ତି ବିଦ୍ୟୁତ ଆଘାତ ପାଇ ବାଣପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ । ତତକ୍ଷଣାତ କାର୍ୟ୍ୟରତ ଡାକ୍ତର ଯାଇ ରୋଗିର ସମସ୍ତ ପରିକ୍ଷା ନିରୀକ୍ଷାକରି ଶେଷରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ବିଷୟରେ ପୋ ଲିସକୁ ମଧ୍ୟ ଅବଗତ କରାଇଥିଲେ। କଛିସମୟପରେ ହଠାତ ମୃତ ପ୍ରଶାନ୍ତ ବଂଚିଛିବୋଲି କହି ତାଙ୍କ ପରିବାର ଲୋକ ସମସ୍ତେ ଏକତ୍ରିତଭାବେ ଆସି ଡାକ୍ତର ଓ ଉପସ୍ଥିତ କର୍ମଚାରୀମାନଙ୍କ ସହ ଗଣ୍ଡଗୋଳ ଓ ମାଡମାରିବା ଆରମ୍ଭକରଥିଲେ ଓ ଯୋରଜବରଦସ୍ତ ରୋଗିକୁ ଅନ୍ୟତ୍ର ସ୍ଥନାନ୍ତରଣ କରିବାପାଇଁ ବାଧ୍ୟ କରିଥିଲେ।
ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ ଉତ୍ତ୍ୟକ୍ତ ଲୋକଙ୍କୁ ଶାନ୍ତ କରିବାରେ ସଫଳ ହୋଇନଥିଲେ । ଅନେକ ସମୟ ଧରି ଡାକ୍ତରଖାନା ପରିସରରେ ଉତ୍ତେଜନା ଲାଗିରଥିଲା ।