ପରୀ ହତ୍ୟା ମାମଲା: ଅଭିଯୁକ୍ତ ସରୋଜ ସେଠୀଙ୍କୁ ମିଳିଲା ଅନ୍ତରୀଣ ଜାମିନ୍

ହାଇକୋର୍ଟ ୧୦ ଦିନ ପାଇଁ ସରୋଜକୁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି

କଟକ: ପରୀ ହତ୍ୟା ମାମଲାର ଅଭିଯୁକ୍ତ ସରୋଜ ସେଠୀଙ୍କୁ ମିଳିଲା ଅନ୍ତରୀଣ ଜାମିନ୍ । ବହୁଚର୍ଚ୍ଚିତ ନୟାଗଡ଼ ଜିଲ୍ଲା ପରୀ ହତ୍ୟା ମାମଲାର ଅଭିଯୁକ୍ତକୁ ମିଳିଲା ଜାମିନ । ହାଇକୋର୍ଟ ୧୦ ଦିନ ପାଇଁ ସରୋଜକୁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି । ତେବେ ଜାମିନରେ ଯିବା ପୂର୍ବରୁ କଣ ସବୁ ସର୍ତ୍ତ ରହିବ, ତାହା ତଳ କୋର୍ଟ ସ୍ଥିର କରିବେ ବୋଲି କହିଛନ୍ତି ହାଇକୋର୍ଟ । ଏହି ଜାମିନ୍ ସମୟରେ ସେ ନିଜର ସ୍ୱାସ୍ଥ୍ୟ ଚିକିତ୍ସା କରାଇବ ବୋଲି ଆବେଦନରେ ଜଣାଇଥିଲା ।ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଅନ୍ତରୀଣ ଜାମିନ୍ ପାଇଁ ଆବେଦନ କରିଥିଲା ସରୋଜ । ନୟାଗଡ ଯଦୁପୁର ଅଞ୍ଚଳର ୫ ବର୍ଷୀୟ ଝିଅ ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଘର ଆଗରେ ଖେଳୁଥିବାବେଳେ ପରୀ ନିଖୋଜ ହୋଇଯାଇଥିଲା । ୧୦ ଦିନ ପରେ ପରୀର ମୃତଦେହକୁ ଉଦ୍ଧାର କରିଥିଲା ପୋଲିସ । ଘଟଣାର ଏସଆଇଟି ତଦନ୍ତ କରାଯିବା ସହ ସରୋଜ ସେଠୀକୁ ଗିରଫ କରାଯାଇଥିଲା । ପରୀ ହତ୍ୟା ମାମଲାର ଅଭିଯୁକ୍ତ ସରୋଜ ସେଠୀଙ୍କୁ ମିଳିଲା ଅନ୍ତରୀଣ ଜାମିନ୍ ।