ରାଇରଙ୍ଗପୁର (ସତ୍ୟନାରାୟଣ ପାଲ) କାଳୀପୂଜାରେ ଚଳଚଞ୍ଚଳ ମୟୁରଭଂଜ ଜିଲ୍ଲା । ପଲ୍ଲୀରୁ ସହର ଯାଏଁ ସବୁଆଡେ ଆନନ୍ଦ ଉଲ୍ଲାସ ସହ ଚଳଚଞ୍ଚଳ । କିନ୍ତୁ ବିଜାତଳା ବ୍ଲକର ମୁଣ୍ଠାଠାକୁର ପଞ୍ଚାୟତରେ ଏହି ପର୍ବ ଫିକା ପଡିଛି । ଡହଡହ ଖରାରେ ଭତ୍ତା ନେବାକୁ ଅପେକ୍ଷା କରିଛନ୍ତି ବିଜାପୁର ବ୍ଲକର ସବୁ ପଞ୍ଚାୟତ ବୁଢାବୁଢି । ସେମାନଙ୍କ ଆଖିରେ ଜକେଇ ଆସୁଛି ଲୁହ । ପଞ୍ଚାୟତ ଅଫିସରେ କାହାକୁ ନପାଇ ଫେରି ଯାଉଛନ୍ତି ଭତ୍ତା ନେବାକୁ ଆସିଥିବା ବୁଢାବୁଢୀ ।
ବୟସର ଶେଷ ସମୟରେ ଭତ୍ତା ଭରଷା । ସେଥିରୁ ନିଜ ପାଇଁ ଔଷଧ, ନାତି ନାତୁଣୀଙଙ୍କ ପାଇଁ ଗୁଲୁଗୁଲା ଚକଲେଟ, ଦୋକାନ ବାକି , ପର୍ବ ଉପଲକ୍ଷେ ଦେହ ପାଇଁ ଲୁଗାଖଣ୍ଡେ କିଣିବାକୁ ଇଚ୍ଛା ଥିଲା । ହେଲେ ମୁଣ୍ଡାଠାକୁରା ପଞ୍ଚାୟତର ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ ଏହି ଗରିବ ଗୁରୁବା ବୁଢାବୁଢିଙ୍କୁ ଭତ୍ତା ଦେଲେ ନାହିଁ । ଏତେବଡ ଆନନ୍ଦର ପର୍ବଟା ସେମାନଙ୍କର ଦୁଖ ,ଅବସାଦର ପର୍ବ ହୋଇଗଲା । ହିତାଧିକାରୀ ମାନଙ୍କୁ ବିଜାତଳା ବିଡିଓଙ୍କୁ ନିଜର ଦୁଖ କଥା କହିଥିଲେ ବିଡିଓ କହିଥିଲେ ଧୈର୍ୟ୍ୟ ଧର ।ଲାଗାତାର ୩ ଦିନ ହେଲା ୫୦୦/୭୦୦ଟଙ୍କା ଭତ୍ତା ପାଇଁ ପଞ୍ଚାୟତ ଅଫିସକୁ ଆସୁଛନ୍ତି ।
ବୁଢାବୁଢି,ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ,ଆଣ୍ଠୁଗଣ୍ଠି ଯନ୍ତ୍ରଣାରେ ଜର୍ଜରିତ ,ବୁଢାବୁଢି କାନ୍ଦି କାନ୍ଦି ଘରକୁ ଫେରନ୍ତି । ହିତାଧିକାରୀ ପଞ୍ଚାୟତ ଅଧିକାରୀଙ୍କୁ ଫୋନ ଯୋଗେ ଯୋଗା ଯୋଗ କରିଥିବାବେଳେ ସେ କହିଥିଲେ ସରପଞ୍ଚଙ୍କ ପାଖରେ ଚେକ ବହି ଅଛି ।ସେ ଦେଲେ ମୁଁ ଦେବି କହି ସରପଞ୍ଚଙ୍କ ଆଡକୁ ଦୋଷ ଠେଲି ଦେଲେ ।ଗଣମାଧ୍ୟମ ସମ୍ମୁଖରେ କୋହଭରା ହିତାଧିକାରୀ ମାନେ କୋହଭରା କଣ୍ଠରେ କହିଥିଲେ ଆମକୁ ପ୍ରଶାସନ ଶିଘ୍ର ଭତ୍ତା ପ୍ରଦାନ କରନ୍ତୁ ।