ଡିଆରଡିଓ ଗୁପ୍ତଚରୀରେ ପାକିସ୍ତାନ ଲିଙ୍କ

ଭୁବନେଶ୍ୱର : ଡିଆରଡିଓ ଗୁପ୍ତଚରୀ ମାମଲାରେ ବଡ ଖୁଲାସା କରିଛି କ୍ରାଇମବ୍ରାଞ୍ଚ । ରହସ୍ୟମୟୀଙ୍କ ୪ଟି ଫେସବୁକ ଆକାଉଣ୍ଟ ପାକିସ୍ତାନରୁ ପରିଚାଳିତ ହେଉଥିବା ନେଇ ସୂଚନା ମିଳିଛି । ପାକିସ୍ତାନରୁ ଅପରେଟ କରୁଥିଲେ ବି ବ୍ରିଟେନ ଆଇପି ଦର୍ଶାଉଥିଲା ରହସ୍ୟମୟୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ । ରହସ୍ୟମୟୀଙ୍କ ୭ ଫେସବୁକ ଆକାଉଣ୍ଟରୁ ଏବେବି କିଛି ଆକାଉଣ୍ଟ ଅଛି ଯାହା ସାହାଯ୍ୟରେ ଏବେବି କିଛି ଲୋକଙ୍କ ସହିତ ଚାଟିଂ କରୁଥିବାରୁ ନଜରକୁ ଆସିଛି ।

କ୍ରାଇମବ୍ରାଞ୍ଚ ଏହି ଡିଆରଡିଓ ତଥ୍ୟ ଚୋରି ଘଟଣାରେ ଅଧିକ ତଦନ୍ତ ପାଇଁ ଇଣ୍ଟରପୋଲର ସହାୟତା ନେବା ପାଇଁ କିଛି ଦିନପୂର୍ବରୁ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଚୀବ ପଣ୍ଡା ସୂଚନା ଦେଇଥିଲେ । ଏହି ତଥ୍ୟ ଚୋରି ଘଟଣାରେ ୫ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ୍ ଘଟଣାରେ ବାଲେଶ୍ଵର ପୋଲିସ ବସନ୍ତ ବେହେରା, ଶେଖ ମୁଶାଫିର, ରଞ୍ଜନ ନାୟକ, ହେମନ୍ତ ମିସ୍ତ୍ରୀ ଓ ସଚିନ କୁମାର ନାମକ ତିନି ଜଣ ଠିକା ଶ୍ରମିକଙ୍କୁ ଗିରଫ କରିଥିଲା। ପରେ ଡିଜିପିଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚର ଏକ ଟିମ୍ ଏହି ଦାୟିତ୍ଵ ନେଇଥିଲା। ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଅତିରିକ୍ତ ଏସପି ପ୍ରଶାନ୍ତ ବିଷୋୟୀଙ୍କ ନେତୃତ୍ଵରେ ଏକ ୪ ଜଣିଆ ଟିମ୍ ଗଠନ କରାଯାଇଥିଲା।