ପାକିସ୍ତାନକୁ କଲବଲ କରୁଛି ଭାରତର ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା । ଯାହା ପାକିସ୍ତାନରେ ଖରାପ ପ୍ରଭାବ ପକାଉଛି । କାରଣ ଭାରତର ଏହି ପଦକ୍ଷେପ ପରେ ସେଠାରେ ଏବେ ଘୋର ଜଳ ସଙ୍କଟ ଦେଖାଦେଇଛି । ପୂର୍ବରୁ ରୁଣରେ ବୁଡି ରହି ଚିନ୍ତାରେ ଥିବା ପାକିସ୍ତାନର ସମସ୍ୟାକୁ ଆହୁରୀ ଦ୍ୱିଗୁଣିତ କରିଦେଇଛି ଜଳଅଭାବ । ଯେଉଁଥିପାଇଁ ପାଇଁ ସିନ୍ଧୁ ଜଳ ଚୁକ୍ତିନାମା ସମ୍ପର୍କରେ ଭାରତକୁ ନିରନ୍ତର ଅନୁରୋଧ କରୁଛି । ସିନ୍ଧୁ ଚୁକ୍ତିନାମା ନିଷ୍ପତ୍ତି ଉପରେ ପୁଣିଥରେ ବିଚଚାର କରିବାକୁ ପାକିସ୍ତାନ ଭାରତକୁ ୪ ୪ ଟି ଚିଠି ଲେଖିଛି । ପାକିସ୍ତାନର ଜଳସମ୍ପଦ ମନ୍ତ୍ରଣାଳୟ ଭାରତର ଜଳଶକ୍ତି ମନ୍ତ୍ରଣାଳୟକୁ ଏକ ଚିଠି ଲେଖି କହିଛନ୍ତି ସେ ଚୁକ୍ତିନାମା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତି ।

ପ୍ରକୃତରେ, ପାାକିସ୍ତାନ ଏଥିପାଇଁ ଚିନ୍ତିତ ଯେ ଭାରତର ଏହି ନିଷ୍ପତ୍ତି ପାକିସ୍ତାନରେ ରବି ଫସଲ ଉପରେ ବହୁତ ଖରାପ ପ୍ରଭାବ ପକାଇବ। ନିୟମ ଅନୁଯାୟୀ ଏହି ଚିଠି ବୈଦେଶିକ ମନ୍ତ୍ରଣାଳୟକୁ ପଠାଯାଇଛି। କିନ୍ତୁ, ପାକିସ୍ତାନର ଆବେଦନ ପ୍ରତି ଭାରତର କୌଣସି ସହାନୁଭୂତି ନାହିଁ। କାରଣ ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ ରକ୍ତ ଏବଂ ପାଣି ଏକାଠି ପ୍ରବାହିତ ହୋଇପାରିବ ନାହିଁ।

ଅନ୍ୟପକ୍ଷରେ, ଭାରତ ସରକାର ପାକିସ୍ତାନକୁ ଯାଉଥିବା ପାଣିର ସଦୁପଯୋଗ ପାଇଁ ୧୨ କିଲୋମିଟର ଲମ୍ବା ସୁଡ଼ଙ୍ଗ ଏବଂ ୧୨୦-୧୩୦ କିଲୋମିଟର ଲମ୍ବା କେନାଲ ନିର୍ମାଣ ଯୋଜନାରେ କାମ କରୁଛି। ଏହି ସୁଡ଼ଙ୍ଗ ଏବଂ କେନାଲ ମାଧ୍ୟମରେ ପାକିସ୍ତାନକୁ ଯାଉଥିବା ନଦୀଗୁଡ଼ିକର ପାଣିକୁ ରବି କେନାଲ ପ୍ରକଳ୍ପ, ଇନ୍ଦିରା ନଦୀ ପ୍ରକଳ୍ପ, ବିକାନେର କେନାଲ ଏବଂ ଗଙ୍ଗ କେନାଲ ସହିତ ସଂଯୋଗ କରିବାର ଯୋଜନା ରହିଛି ଯାହା ଦ୍ଵାରା ଏହି ନଦୀଗୁଡ଼ିକର ପାଣି ହରିୟାଣା, ପଞ୍ଜାବ, ରାଜସ୍ଥାନ ଏବଂ ଦିଲ୍ଲୀକୁ ଅଣାଯାଇପାରିବ।

ପ୍ରକୃତରେ, ବିଦେଶୀ ପ୍ରତିନିଧିମାନେ ବିଦେଶ ଯାଇଥିବା ୭ ଜଣ ଭାରତୀୟ ପ୍ରତିନିଧିମଣ୍ଡଳୀଙ୍କୁ ସିନ୍ଧୁ ଜଳ ଚୁକ୍ତିନାମା ବିଷୟରେ ପ୍ରଶ୍ନ ପଚାରିଥିଲେ, ଯାହାର ଉତ୍ତରରେ ଭାରତୀୟ ପ୍ରତିନିଧିମଣ୍ଡଳ କହିଥିଲେ ଯେ ରକ୍ତ ଏବଂ ପାଣି ଏକାଠି ପ୍ରବାହିତ ହୋଇପାରିବ ନାହିଁ। ଯେପର୍ୟ୍ୟନ୍ତ ପାକିସ୍ତାନ ଭାରତକୁ ଆତଙ୍କବାଦୀ ପଠାଇବ । ସେପର୍ୟ୍ୟନ୍ତ କୌଣସି ପରିବର୍ତ୍ତନର କୌଣସି ସୁଯୋଗ ନାହିଁ।

ସମସ୍ତେ ଜାଣିଛନ୍ତି ଯେ ୨୨ ଏପ୍ରିଲରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଆକ୍ରମଣ ହୋଇଥିଲା। ଆକ୍ରମଣ ପରେ, ପାକିସ୍ତାନ ଦ୍ୱାରା କରାଯାଉଥିବା ଆତଙ୍କବାଦ ଉପରେ ସମଗ୍ର ଦେଶ କ୍ରୋଧିତ ହୋଇଥିଲା। ଆତଙ୍କବାଦ ବିରୁଦ୍ଧରେ ପାକିସ୍ତାନକୁ ଶିକ୍ଷା ଦେବା ପାଇଁ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ କରିଥିଲା। ଏହା ପରେ, ପାକିସ୍ତାନ ଏବେ ପାଣି ଅଭାବର ସମ୍ମୁଖୀନ ହେଉଛି।