ଓପିଡିରେ ଅଧିକ ସମୟ ମିଳିବ ସ୍ୱାସ୍ଥ୍ୟ ସେବା
ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ
ଭୁବନେଶ୍ୱର: ଭୁବନେଶ୍ୱରରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ଆଉ ଏକ ପଦକ୍ଷେପ ନେଲେ ରାଜ୍ୟ ସରାକାର । କ୍ଲିନିକାଲରେ ପୋଷ୍ଟ ଗ୍ରାଜୁଏସନ୍ (ପିଜି) ପାଠ୍ୟକ୍ରମ ପ୍ରଦାନ ପାଇଁ “ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ଏବଂ କ୍ୟାପିଟାଲ ହସ୍ପିଟାଲ୍” ଭୁବନେଶ୍ୱରରେ ପ୍ରତିଷ୍ଠା କରାଯାଇଛି । ତେବେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣକାରୀ ସଚିବ ଶାଲିନୀ ପଣ୍ଡିତ କହିଛନ୍ତି ଯେ, ୨୦୨୨ ମସିହାରୁ ସର୍ଜରୀ,ମେଡିସିନ୍, ଅର୍ଥୋପେଡିକ୍, ଗାଇନୋଲୋଜି, ଶ୍ୱାସ ଏବଂ ଶିଶୁବିଭାଗ ଭଳି ପାଠ୍ୟକ୍ରମରେ ୨୪ ଟି ସିଟ୍ ଅନୁମୋଦନ କରାଯାଇଛି ।
ବର୍ତ୍ତମାନ, ଏହି ପାଠ୍ୟକ୍ରମଗୁଡିକରେ ଆଡମିଶନ ନିର୍ଦ୍ଦେଶାବଳୀ ଅନୁଯାୟୀ ବିଭିନ୍ନ ରାଉଣ୍ଡ କାଉନସେଲିଂ ମାଧ୍ୟମରେ ଚାଲିଛି । ଏକାଦଶ କ୍ଲିନିକାଲ୍ ଏବଂ ଚାରୋଟି ପାରା-କ୍ଲିନିକାଲ୍ ପାଠ୍ୟକ୍ରମରେ ଚଏ ଶିକ୍ଷାଦାନ ପାଇଁ ଅନୁଷ୍ଠାନ ଏକକାଳୀନ ବିକଶିତ ହେଉଛି ।
ଏହା ସହ ସଚିବ ପଣ୍ଡିତ ଆହୁରି ମଧ୍ୟ କହିଛନ୍ତି ,ଯେ“ଏନଏମସି ନିର୍ଦ୍ଦେଶାବଳୀ ଅନୁଯାୟୀ ମେଡିକାଲ କଲେଜ ଏବଂ ହସ୍ପିଟାଲର ସମୟ ଦିନ ୯ ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ରହିବ । କିନ୍ତ ମଧ୍ୟାହ୍ନ ୧ଟାରୁ ୨ ଟା ପର୍ଯ୍ୟନ୍ତ ଏକ ଘଣ୍ଟାର ମଧ୍ୟାହ୍ନ ଭୋଜନ ବିରତି ରାଖାଯାଇଛି ।ରାଜ୍ୟର ସମସ୍ତ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଏହି ସମୟ ଅନୁସରଣ କରାଯାଇଛି । ତୁରନ୍ତ ପ୍ରଭାବ ସହିତ ପ“ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ଏବଂ କ୍ୟାପିଟାଲ ହସ୍ପିଟାଲ୍” ଏହି ସମୟ ପ୍ରଯୁଜ୍ୟ ହେବ । ଏହା ସହ ଜରୁରୀ କାଳୀନ ସେବା ସଂନ୍ଧ୍ୟା ୫ ରୁ ୯ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ ।