ମଇଦଲପୁର ମୁଖ୍ୟ ରାସ୍ତା ଏନ୍ଏଚ ୨୬ରେ ଟ୍ରକ୍ ଧକ୍କାରେ ଜଣେ ଗୁରୁତର

0

ପାପଡାହାଣ୍ଡି/ ଅନିଲ ପ୍ରଭାତ ଭତ୍ରା:- ଟ୍ରକ୍ ଧକ୍କାରେ ଜଣେ ଗୁରୁତର । ଏଭଳି ଘଟଣା ଘଟିଛି ମଇଦଲପୁର ମୁଖ୍ୟ ରାସ୍ତା ଏନ୍ଏଚ ୨୬ରେ । ସକାଳ ପ୍ରାୟ ୧୦ଟା ସମୟରେ ଏଭଳି ଅଘଟଣ ଘଟିଥିବାବେଳେ ଏହି ଦୁର୍ଘଟଣାରେ ପାପଡ଼ାହାଣ୍ଡି ବ୍ଲକ ସାନବାର୍ଲି ପଂଚାୟତ ନୂଆଗୁଡା ଗାଁର ପତି ଜାନୀ ଗୁରୁତର ହୋଇଛନ୍ତି । ଗୋଡ଼ରେ ଟ୍ରକ୍ ଚକା ଚଢ଼ିଯିବାରୁ ତାଙ୍କ ଗୋଡ଼ ସ୍ୱପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସ୍ଥାନୀୟ ଲୋକ ଓ ପୋଲିସ ସହାୟତାରେ ପତି ଜାନୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ତାଙ୍କୁ ପୋଲିସ ଭ୍ୟାନ ସାହାଯ୍ୟରେ ପ୍ରଥମେ ପାପଡ଼ାହାଣ୍ଡି ସ୍ଵାସ୍ଥ୍ୟ କେନ୍ଦ୍ର ଓ ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।