ଟୋକିଓ ଅଲମ୍ପିକ୍ସ: ଭାରତୀୟ ପୁରୁଷ ହକି ଦଳରେ ୨ ଓଡ଼ିଆ ପୁଅ ସାମିଲ
ଟୋକିଓ ଅଲମ୍ପିକ୍ସ ପାଇଁ ୧୬ ଜଣିଆ ଭାରତୀୟ ପୁରୁଷ ହକି ଦଳ ଘୋଷଣା। ଏହି ଟିମରେ ୨ ଓଡ଼ିଆ ସ୍ଥାନ ପାଇଥିବା ନଜର ଆସିଛି । ତେବେ ୨ଜଣ ହେଉଛନ୍ତି
(ଭୁବନେଶ୍ୱର) : ଟୋକିଓ ଅଲମ୍ପିକ୍ସ ପାଇଁ ୧୬ ଜଣିଆ ଭାରତୀୟ ପୁରୁଷ ହକି ଦଳ ଘୋଷଣା। ଏହି ଟିମରେ ୨ ଓଡ଼ିଆ ସ୍ଥାନ ପାଇଥିବା ନଜର ଆସିଛି । ତେବେ ୨ଜଣ ହେଉଛନ୍ତି ବିରେନ୍ଦ୍ର ଲାକ୍ରା ଓ ରୋହିତ ଅମିତ ଦାସ । ଏନେଇ ହକି ଇଣ୍ଡିଆ ପକ୍ଷରୁ ସୂଚନା ମିଳିଥିବା ବେଳେ ତେବେ ଚଳିତ ବର୍ଷ ଟୋକିଓ ଅଲମ୍ପିକ୍ସରେ ବହୁ ଯୁବ ତାରକା ଡେବ୍ୟୁ କରିବେ।
#Odisha's star defenders Birendra Lakra and Amit Rohidas have been selected in the 16-member Indian Men's Hockey team for the Tokyo #Olympics. 🏑
Hearty congratulations to both and wishing them the best for #Tokyo2020. 👍#OlympicsKiAasha #DeshKaGame pic.twitter.com/idXiVsIy5a
— Odisha Sports (@sports_odisha) June 18, 2021
ସୂଚନାନୁଯାୟୀ , ଭାରତୀୟ ପୁରୁଷ ହକି ଦଳ ଭଲ ଫର୍ମରେ ରହିଛି । ମହାମାରୀ ଯୋଗୁ ଗତ ଏକ ବର୍ଷ ମଧ୍ୟରେ ଅଧିକ ମ୍ୟାଚ୍ ଖେଳିବାର ସୁଯୋଗ ପାଇ ନାହିଁ । ତଥାପି ଚଳିତ ବର୍ଷ ବିଦେଶ ଗସ୍ତରେ ଏବଂ ଏଫ୍ଆଇଏଚ୍ ପ୍ରୋ ଲିଗରେ ଦଳର ପ୍ରଦର୍ଶନ ଅତି ଚମତ୍କାର ରହିଥିଲା । ତେଣୁ ଟୋକିଓରେ ଭାରତ ପଦକ ଦାବିଦାର ରହିଛି । ତେବେ ଦଳରେ ଦୁଇ ଓଡ଼ିଆ ପୁଅଙ୍କୁ ସ୍ଥାନ ମିଳିଥିବାରୁ ଓଡ଼ିଶାରେ ମଧ୍ୟ ଖୁସିର ଲହର ଖେଳିଯାଇଛି ।
Our 1⃣6⃣ warriors who will fight for the prestigious🥇at #Tokyo2020 🇮🇳
Team India #HaiTayyar 🏑#IndiaKaGame #StrongerTogether #HockeyInvites #WeAreTeamIndia #Hockey pic.twitter.com/Hj2enQcZ1Y
— Hockey India (@TheHockeyIndia) June 18, 2021