ସରକାରୀ ଆୟୁର୍ବେଦିକ ମେଡିକାଲ କଲେଜରେ ଖାଲିଥିବା ୨୯ ପଦବୀ ପୂରଣ ହେବ

ଭୁବନେଶ୍ୱର : ସରକାରୀ ଆୟୁର୍ବେଦିକ ମେଡିକାଲ କଲେଜରେ ଖାଲିଥିବା ୨୯ ପଦବୀ ପୂରଣ ହେବ । ନଭେମ୍ବର 10, 2022 ସୁଦ୍ଧା ଏହି ପୋଷ୍ଟଗୁଡିକ ଗ୍ରୁପ୍-ବି ପଦବୀରେ ମୂଲ୍ୟାଙ୍କନ କରାଯାଇଛି।

ଓଡିଶା ଆୟୁର୍ବେଦିକ ମେଡିକାଲ ଶିକ୍ଷା ସେବା ନିୟମ -2013 ଅନୁଯାୟୀ ଓଡିଶା ଆୟୁର୍ବେଦିକ ମେଡିକାଲ ଶିକ୍ଷା ସେବାରେ ନିଯୁକ୍ତି ନିୟମାବଳୀ ଦ୍ୱାରା ଓଡିଶା ଜନସେବା ଆୟୋଗର ସୁପାରିଶ କ୍ରମେ ଏହି ପଦବୀଗୁଡ଼ିକ ନିୟମିତ ପୂରଣ କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି । ତେବେ ମଖାଲିଥିବା ପଦବୀକୁ ପୁରା କରିବା ପାଇଁ ଓଡିଶା ଲୋକସେବା ଆୟୋଗଙ୍କୁ ପତ୍ର ଲେଖିଥିଲେ ସ୍ୱାସ୍ଥ୍ୟ ସଚିବ |