ଭୁବନେଶ୍ଵର: ଦଶହରା ଦୁର୍ଗାମେଢ଼ଗୁଡ଼ିକୁ ଆର୍ଥିକ ଅନୁଦାନ ରାଶି ପ୍ରଦାନ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୧୦୮୫ ଦୁର୍ଗାମେଢ଼କୁ ଦିଆଯିବ ଆର୍ଥିକ ଅନୁଦାନ । ମୋଟ୍ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କାର ଆର୍ଥିକ ଅନୁଦାନ ଦିଆଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ତେବେ ଦୁର୍ଗାମେଢ଼କୁ ୩ଟି ବର୍ଗରେ ବିଭକ୍ତ କରାଯାଇ ଅନୁଦାନ ରାଶି ଦିଆଯିବ । ଐତିହ୍ୟ ସଂପନ୍ନ ଦୁର୍ଗାମେଢ଼ ବର୍ଗରେ ୨୧୫ ମେଢ଼କୁ ମିଳିବ ଟଙ୍କା । ଏହି ମେଢ ସବୁକୁ ଦିଆଯିବ ମୋଟ ୨ କୋଟି ୧୭ ଲକ୍ଷ ଟଙ୍କା । ସେହିପରି ୭୫ ବର୍ଷ ପୁରୁଣା ଦୁର୍ଗାମେଢ଼ ବର୍ଗରେ ୧୯୭ ମେଢ଼କୁ ଦିଆଯିବ ୧ କୋଟି ୪୭ ଲକ୍ଷ ଟଙ୍କା । ଅନ୍ୟପଟେ ୫୦ ବର୍ଷ ପୁରୁଣା ଦୁର୍ଗାମେଢ଼ ବର୍ଗରେ ୬୭୩ ମେଢ଼କୁ ଦିଆଯିବ ୩ କୋଟି ୩୬ ଲକ୍ଷ ଟଙ୍କା । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।