ଓଡିଶାରେ ବିଦ୍ୟତ ଲୁଟ; ଲୋ ଭୋଲଟେଜକୁ ଦର ଅଧିକ

ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ) : ନିର୍ବାଚନ ଇସ୍ତାହାର ଠାରୁ ଆରମ୍ଭ କରି ବିରୋଧୀଙ୍କୁ ଘେରିବାରେ ମୁଖ୍ୟ ସ୍ଥାନ ନେଇଛି ବିଦ୍ୟତ ଦର । ନିର୍ବାଚନ ଇସ୍ତାହାରରେ ଅରବିନ୍ଦ କେଜିରଓ୍ବାଲଙ୍କ ମାଗଣା ବିଦ୍ୟତ ସେବା ହେଉ କି ପଞ୍ଜାବରେ ବିଦ୍ୟତ ଦର କୁ ନେଇ ଚାଷୀଙ୍କ ଅସନ୍ତୋଷ ସବୁଆଡେ ଏହାକୁ ନେଇ ରାଜନୀତି ସରଗରମ ହୋଇସାରିଛି । ଏଥିରୁ ଆମେ ସ୍ପଷ୍ଟ ଭାବେ ଜାଣି ପାରୁଛେ ଯେ ବିଦ୍ୟତ ଦର ସାଧାରଣ ଗରିବ ପରିବାର ଠାରୁ ଆରମ୍ଭ କରି ଚାଷୀ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ କେତେ ଜରୁରୀ ।


ଏହାରି ଭିତରେ ଓଡିଶା ଭଳି ଗରିବ ରାଜ୍ୟରେ ବିଦ୍ୟତ ଦର ବୃଦ୍ଦି ପାଉଥିବା ବେଳେ ସରକାରଙ୍କର ଏଥି ପ୍ରତି ନିଘା ନାହିଁ । ଓଡିଶାର ଗରିବ ପରିବାର ନିଜ ପେଟକୁ ଖାଇବା ପାଇଁ ସରକାର ମାଗଣା ରାଶନ ଯୋଜନା କରିଛନ୍ତି । କିନ୍ତୁ ସରକାରଙ୍କୁ ଏହା ଭାବିବା ଦରକାର ଯେତେବେଳେ ଓଡିଆ ପରିବାର ନିଜ ପାଇଁ ଖାଦ୍ୟ ଯୋଗାଡ କରିପାରୁନାହାନ୍ତି ତେବେ ମାସକୁ ମୋଟା ଅଙ୍କର ବିଦ୍ୟତ ଦର ସରକାରଙ୍କୁ ପୈଠ କରିବେ କେମିତି?
ରାଜ୍ୟରେ ବିଦ୍ୟତ ବିଭାଗ ଟାଟାକୁ ହସ୍ତାନ୍ତର ପରେ ଜନସାଧାରଣ ଲୁଟର ଶିକାର ହୋଇଛନ୍ତି । ଗୋଟିଏ ପଟେ ବିଦ୍ୟତ ଦର ବୃଦ୍ଧି ଅନ୍ୟ ପଟେ ବିଦ୍ୟତ୍ କାଟ ଭଳି ସମସ୍ୟାକୁ ନେଇ ସାରା ସହରଠାରୁ ଗ୍ରାମ ଯାଏଁ ଘାଣ୍ଟି ସନ୍ତୁଳି ହେଉଛନ୍ତି ଲୋକେ । ସମସ୍ତ ରାଜ୍ୟରେ ହେଉଥିବା ବିଦ୍ୟତ କାଟକୁ ତୁଳନା କଲେ ବିହାର ଠାରୁ ମଧ୍ୟ ଓଡିଶାର ସ୍ଥିତି ଆହୁରି ଉଦବେଗଜନିତ ହୋଇଛି ।


ଓଡିଶାରେ ବିଦ୍ୟତ ସେବା ଘୋରୋଇକରଣ ହେବା ପରେ ଗରିବ ରାଜ୍ୟ ଓଡିଶା ବିଦ୍ୟତ ଦର ବୃଦ୍ଧିରେ ପୋଡିଶୀ ରାଜ୍ୟ ଠାରୁ ମଧ୍ୟ ଅନେକ ଆଗରେ ଅଛି । ଦିଲ୍ଲୀ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ଛତିଶଗଡ ଠାରୁ ବିଦ୍ୟତ ଦେୟ ଅଧିକା ରହିଛି । ଯଦି ଜଣେ ଓଡିଶାର ଉପଭୋକ୍ତା ମାସକୁ ୧୦୦ ୟୁନିଟ୍ ବିଦ୍ୟୁତ ବ୍ୟବହାର କରୁଛି, ତାକୁ ୩୯୦ ଟଙ୍କା ଦେବାକୁ ପଡ଼ୁଛି। ଅନ୍ୟପଟେ ଆନ୍ଧ୍ରପ୍ରଦେଶରେ ଏହି ନିର୍ଦ୍ଧାରିତ ୟୁନିଟ୍ ବ୍ୟବହାର କରି ଜଣେ ଉପଭୋକ୍ତା ୨୦୮ ଟଙ୍କା ଦେଉଥିବାବେଳେ ଛତିଶଗଡ଼ ଉପଭୋକ୍ତା ୩୬୭ ଟଙ୍କା ଦେଉଛନ୍ତି। ଗୁଜୁରାଟ ଗ୍ରାମାଞ୍ଚଳରେ ଏହି ଦର ୩୨୫ ଟଙ୍କା ରହିଥିବାବେଳେ ଗୋଆରେ ଉପଭୋକ୍ତାକୁ ଏଥିପାଇଁ ମାତ୍ର ୧୮୦ ଟଙ୍କା ଦେବାକୁ ପଡ଼ୁଛି।


ରାଜ୍ୟରେ ୮୫ ପ୍ରତିଶତ ଉପଭୋକ୍ତା ବିଦ୍ୟତ କାଟ ବିରୋଧରେ ଅଭିଯୋଗ କରିଥିବା ବେଳେ ବିଦ୍ୟତ କାଟରେ ବିହାର ଠାରୁ ତଳ ସ୍ଥାନରେ ଅଛି । ଗୁଜୁରାଟରେ ୫ ପ୍ରତିଶତ ଓ ଦିଲ୍ଲୀରେ ଏକ ପ୍ରତିଶତ ଲୋକ ବିଦ୍ୟତ୍ କାଟ ବିରୋଧରେ ଅଭିଯୋଗ କରନ୍ତି । ଓଡ଼ିଶାରେ ୪୦ ପ୍ରତିଶତ ଉପଭୋକ୍ତା ଲୋ ଭୋଲ୍ଟେଜ୍ ସମସ୍ୟାର ଶିକାର ହୁଅନ୍ତି। ପ୍ରତିଦିନ ଉପଯୁକ୍ତ ବିଦ୍ୟୁତ ସେବାରୁ ବଞ୍ଚିତ ହୋଇ ଉପଭୋକ୍ତା ହଇରାଣ ହେଉଥିଲେ ମଧ୍ୟ ଟାଟା ପାୱାର (ଟିପିସିଓଡିଏଲ୍) କର୍ତ୍ତୃପକ୍ଷ କିନ୍ତୁ ଏସବୁ ଅଭିଯୋଗକୁ ସ୍ବୀକାର କରୁନାହାନ୍ତି। କମ୍ପାନି ପକ୍ଷରୁ କୁହାଯାଇଛି, ସାମୟିକ ସମସ୍ୟା ପାଇଁ କେତେବେଳେ କେମିତି ବିଦ୍ୟୁତ କାଟ୍ ହୋଇଥାଏ। ନିୟମିତ ବିଦ୍ୟୁତ କାଟ ଏବେ ହେଉ ନାହିଁ। ଟ୍ରାନ୍ସଫର୍ମର ଫାଟିବା ପୂର୍ବରୁ ଜାଣିବା ପାଇଁ ନୂଆ କୌଶଳ ଡିଜଲ୍ଭଡ୍ ଗ୍ୟାସ୍ ଆନାଲିସିସ୍ ବ୍ୟବହାର କରାଯାଉଛି। ଏଣୁ ଯଥେଷ୍ଟ ସମୟ ପୂର୍ବରୁ ଫାଟିବାକୁ ଥିବା ଟ୍ରାନ୍ସ୍ଫର୍ମରକୁ ରକ୍ଷା କରାଯାଇ ପାରୁଛି। ଏହାଛଡ଼ା ତାରରେ ଗଛ ଡାଳ ପଡ଼ି ଲାଇନ୍ ଚାଲିଗଲେ ତୁରନ୍ତ ଆପେପେ ଆବିଦ୍ୟୁତ ସଂଯୋଗ ପାଇଁ ଏକ ନୂଆ ବ୍ୟବସ୍ଥା ମଧ୍ୟ କାମ କରୁଛି। ଉପଭୋକ୍ତାଙ୍କୁ ଉନ୍ନତ ସେବା ଯୋଗାଇ ଦେବାପାଇଁ ଉଦ୍ୟମ ଅବ୍ୟାହତ ରହିଥିବା କୁହାଯାଇଛି।