ଭୁବନେଶ୍ୱର: ପଛକୁ ପଛ ଆସୁଛି ଗୋଟେ ପରେ ଗୋଟେ ଲଘୁଚାପ । ଆହୁରି ୪ ଦିନ ପ୍ରବଳ ବର୍ଷା । ରାଜ୍ୟରେ ତାଣ୍ଡବ ରଚିବ ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଆହୁରି ୪ ଦିନ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୩ ତାରିଖରୁ ବର୍ଷାର ପରିମାଣ ସାମାନ୍ୟ କମିବ। ଅର୍ଥାତ୍ ମୌସୁମୀ ପ୍ରଭାବରେ ବର୍ଷାର ପରିମାଣ ସ୍ବଭାବିକ ରହିବ । ଆସନ୍ତା ୨୪ଘଣ୍ଟା ପାଇଁ ବିଶେଷ କରି ପାଞ୍ଚଟି ଜିଲ୍ଲା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଝାରୁସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷାର ପରିମାଣ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅର୍ଥାତ୍ ୧୨ସେମି ରୁ ୨୦ସେମି ପର୍ଯନ୍ତ ବର୍ଷା ପୁର୍ବାନୁମାନ କରାଯିବା ସହ ଏନେଇ ସତର୍କ ରହିବାକୁ ଆଲର୍ଟ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
ସେପଟେ ଆସନ୍ତା ୨୭ ତାରିଖରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ନେଇ ସମ୍ଭାବନା ରହିଛି। ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ଓ ବାଲାଂଦେଶ ଉପକୂଳରେ ଏହି ଲଘୁଚାପ ସୃଷ୍ଟିର ସମ୍ଭାବନା ଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପ୍ରଭାବରେ ୨୬ ରୁ ପ୍ରବଳ ବର୍ଷା ହୋଇପାରେ । ପାଣିପାଗ ବିଭାଗର ସୂଚନା ଅନୁସାରେ ୨୬ରୁ ୨ ତାରିଖ ଯାଏ ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ଅଧିକ ବର୍ଷା ସମ୍ଭାବନା ଅଛି । ସେପଟେ ଦେଶର ଉତ୍ତର ପୂର୍ବ, ଝାଡ଼ଖଣ୍ଡ ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ଆସନ୍ତା ଦୁଇ ଦିନରେ ଦୁର୍ବଳ ହୋଇଯିବ। ୨୫ ତାରିଖ ଯାଏ ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ବର୍ଷା ସମୟରେ ୪୦ରୁ ୫୦ କିମି ବେଗରେ ପବନ ବି ବହିପାରେ।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ୨୦ ତାରିଖରେ ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ବର୍ଷା ହୋଇପାରେ। ୨୧ ଓ ୨୨ ତାରିଖରେ ମୟୂରଭଞ୍ଜ ଓ କେନ୍ଦୁଝରରେ ଅଧିକ ବର୍ଷା ସମ୍ଭାବନା ଅଛି। ଅନ୍ୟପଟେ ୨୬ ତାରିଖ ସୁଦ୍ଧା ମୌସୁମୀ ଦେଶର ସବୁ ସ୍ଥାନକୁ ଅଗ୍ରସର ହୋଇଯିବ ବୋଲି ବିସ୍ତାରିତ ଆକଳନରେ କୁହାଯାଇଛି। ସେହିପରି ତିନୋଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ବରଗଡ଼, ଅନୁଗୁଳ, ଦେଓଗଡ ଜିଲ୍କାରେ ୭ରୁ ୧୧ସେମି ପର୍ଯନ୍ତ ବର୍ଷା ସହ ପାଗ ସାଧାରଣତଃ ମେଘାଚ୍ଛନ୍ନ ରହିବ ବୋଲି ପୁର୍ବାନୁମାନ କରାଯାଇଛି। ବାକି ଜିଲ୍ଲାରେ ବର୍ଷା ନେଇ କୌଣସି ସତର୍କତା ଜାରି କରାଯାଇନାହିଁ ।