( ମନୋଲିସା ମିଶ୍ର) : କ୍ରୋଧ ବ୍ରହ୍ମ ଚଣ୍ଡାଳ । ଆଉ ଏହି କ୍ରୋଧରୁ ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତର୍ଗତ ଖାଳପାଳ ଗାଁରେ ଗୋଟିଏ ପରିବାର ଛାରଖାର ହୋଇ ଯାଇଛି। ପାରିବାରିକ କଳହରୁ ହଠାତ ଉତ୍ତ୍ୟକ୍ତ ହୋଇ ସ୍ୱାମୀ ପତ୍ନୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ପତ୍ନୀଙ୍କୁ ହତ୍ୟା କରିବା ପରେ ମାନସିକ ଭାରସାମ୍ୟ ହରାଇଥିଲେ ସ୍ୱାମୀ । ପତ୍ନୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଦେଖି ନିଜ ଉପରୁ ନିୟନ୍ତ୍ରଣ ହରାଇ ସ୍ୱାମୀ ପତ୍ନୀଙ୍କ ମୃତଦେହ ନିକଟରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ୧୧ ଟା ବେଳେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ଏହି ସମୟରେ ହଠାତ ସ୍ୱାମୀ ସୁଧାକର ବାଡିଆ ଘର ଭିତରୁ ଏକ ଟାଙ୍ଗିଆ ଆଣି ପତ୍ନୀ ସିଲୁଙ୍କୁ ଚୋଟ ପକାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ସିଲିଙ୍କର ମୃତ୍ୟୁ ଘଟିଥିଲା। ପତ୍ନୀ ମରିଯିବା ମାତ୍ରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବେକରେ ଫାଶି ଲଗାଇ ଝୁଲି ପଡ଼ିଥିଲେ ସ୍ୱାମୀ ସୁଧାକର। ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ବାଲିମି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।