ଭୁବନେଶ୍ୱର: ସାରା ଦେଶରେ ବଢୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଓଡିଶାର ମଧ୍ୟ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି । ଯାହାକୁ ନେଇ ସାଧାରଣ ଲୋଙ୍କ ମନରେ ପୁଣି ଲକଡାଉନର ଭୟ ଦେଖା ଦେଇଛି । ତେବେ ଏହି ସମୟରେ ଜନସ୍ୱସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ରାଜ୍ୟବାସୀଙ୍କୁ ଦେଇଛନ୍ତି ଏକ ଆଶ୍ୱସ୍ତିକର ଖବର । ରାଜ୍ୟରେ ଏବେକା ପରିସ୍ଥିତିକୁ ଲକ୍ଷ୍ୟ କଲେ ଲକଡାଉନ କିମ୍ବା ନାଇଟ କର୍ଫ୍ୟୁର ଦରକାର ନାହିଁ ବୋଲି ମନ୍ତବ୍ୟ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ରାଜ୍ୟକୁ ବିଦେଶରୁ ଫେରିଥିବା ୧୮ ଜଣଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ସେମାନଙ୍କ ମଧ୍ୟରୁ ୮ଜଣ ଓମିକ୍ରନ ଆକ୍ରାନ୍ତ ହୋଇଥିବା ବେଳେ ଅନ୍ୟ ୧୦ ଜଣଙ୍କର ରିପୋର୍ଟ ନେଗେଟିଭ ରହିଛି ।
ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡିଶାରେ କୋରୋନା ସ୍ଥିତି ଏବେ ଖୁବ ଭଲ ରହିଥିବା କହିଛନ୍ତି ନିରଞ୍ଜନ ମିଶ୍ର । ତେଣୁ ରାଜ୍ୟରେ ଏବେ ନାଇଟ କର୍ଫ୍ୟୁ କି ଲକଡ଼ାଉନ ଭଳି କଟକଣାର ଏବେକା ସମୟରେ କିଛି ଆବଶ୍ୟକତା ନାହିଁ । କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଟେଷ୍ଟ ପିଜିଟିଭ ହାର ୧୦ ପ୍ରତିଶତ ଉପରେ ରହିଲେ, ହସ୍ପିଟାଲାଇଜେନସେନ ଓ ସଂକ୍ରମଣ ବଢିଲେ ଏହିଭଳି ନିୟମର ଆବଶ୍ୟକ ପଡ଼ିବ। ତେଣୁ ଆଗାମୀ ଦିନର ସଂକ୍ରମଣ ହାରକୁ ଦେଖି ନିଷ୍ପତ୍ତି ନିଆଯିବ ।