ଭୋଟରଙ୍କ ନିମନ୍ତେ ଆସିଲା ନୂଆ ନିୟମ

ଏଣିକି ୧୮ ବର୍ଷ ନ ପୁରିଲେ ବି ଦେଇ ପାରିବେ ଭୋଟ

ଭୁବନେଶ୍ୱର/ ହରପ୍ରସାଦ ବିଷୋୟୀ:ଭୋଟରଙ୍କ ପାଇଁ ଆସିଲା ନୂଆ ନିୟମ । ଏଣିକି ୧୮ ବର୍ଷ ନ ପୁରିଲେ ବି ଦେଇ ପାରିବେ ଭୋଟ । ଏହି ନିୟମ ଆସନ୍ତା ୯ ତାରିଖ ଠାରୁ ଲାଗୁ କରାଯିବ । ଏଥିରେ ଓଡିଶାର ସମସ୍ତ ୧୭ ବର୍ଷରୁ ଉର୍ଦ୍ଧ ଯୁବବର୍ଗ ମାନେ ଭୋଟର ହେବା ପାଇଁ ଆବେଦନ କରିପାରିବେ । ଏ ନିମନ୍ତେ ଭୋଟରଙ୍କୁ ଅବଗତ ପରାଇବା ପାଇଁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି ।

ଏହି ଶୋଭାଯାତ୍ରା ରାଜଧାନୀ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଠାରୁ ଆରମ୍ଭ ହୋଇ ଭାୟା ପିଏମଜି ଛକ, ରବିନ୍ଦ୍ର ମଣ୍ଡପ ଛକ୧୨୦ ବାଟାଲିୟନ ଛକ , ପାୱାରହାଉସ ଛକ ଏବଂ ଏଡିଏମ ଛକ ଦେଇ ମୁଖ୍ୟନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳପରେ ଶେଷ ହେବ । ତେବେ ଓଡିଶାର ସମସ୍ତ ଯୁବବର୍ଗଙ୍କୁ ଅନୁରୋଧ କରାଯାଉଛି । ଯେ ଏହି ଶୋଭାଯାତ୍ରାରେ ଯେତେ ସମ୍ଭବ ହେବ ଯୋଗଦାନ କରନ୍ତୁ । ଏହା ସହ ୧୭+ ଯୁବବର୍ଗଙ୍କୁ ପଞ୍ଜିକୃତ କରି ଉତ୍ସାହିତ କରନ୍ତୁ ।