ବିଧାୟକଙ୍କୁ ହତ୍ୟା ଧମକ

( ରିପୋର୍ଟସଟୁଡେ): ବିଧାୟକଙ୍କୁ ହତ୍ୟା ଧମକ । ଗଞ୍ଜାମ ଜିଲ୍ଲାର ଦୁଇ ବିଧାୟକଙ୍କୁ ହତ୍ୟା ଧମକ ଦେଇଛନ୍ତି ନକ୍ସଲ। ଦଦରାଲୁଣ୍ଡା ଗାଁ ଛକରେ ନକ୍ସଲମାନେ ପୋଷ୍ଟର ମାରି ଏମିତି ଧମକ ଦେଇଛନ୍ତି।
ଏହି ପୋଷ୍ଟରରେ ପୁଲିସ୍ ଇନ୍‌ଫର୍ମରଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଲେଖାଯାଇଛି। ତା’ସହିତ ଗଞ୍ଜାମ ଜିଲ୍ଲା ୨ ଜଣ ଏମ୍‌ଏଲ୍‌ଏଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଲେଖିଛନ୍ତି। ସେହିଭଳି କନ୍ଧମାଳ ଜିଲ୍ଲାର ଜଣଙ୍କୁ ମଧ୍ୟ ହତ୍ୟା ଧମକ ଦେଇଛନ୍ତି। ତେବେ ଗଞ୍ଜାମ ଜିଲ୍ଲାର କେଉଁ ବିଧାୟକଙ୍କୁ ସେମାନେ ଧମକ ଦେଇଛନ୍ତି, ସେ ନେଇ କିଛି ଲେଖିନାହାନ୍ତି। ପୋଷ୍ଟରରେ ସିପିଆଇ ମାଓବାଦୀ ବୋଲି ଲେଖାଯାଇଛି। ତା’ସହିତ ସାବଧାନ ରହିବାକୁ କୁହାଯାଇଛି।

ତେବେ ଏ ପୋଷ୍ଟର ସତରେ ସିପିଆଇ ମାଓବାଦୀମାନେ ଲଗାଇଛନ୍ତି ନା ଏହା କୌଣସି ଅସାମାଜିକ ବ୍ୟକ୍ତିଙ୍କ କାମ ତାହା ସ୍ପଷ୍ଟ ହୋଇପାରି ନାହିଁ।