ଇସଲାମବାଦ: ପାକିସ୍ତାନ ମୁସଲିମ ଲିଗ୍ (ଏନ) ନେତା ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ସରିଫଙ୍କ ସ୍ୱାମୀ ସଫଦର ଆୱାନ ଗିରଫ । କରାଚି ପୁଲିସ ସଫଦରଙ୍କୁ ଗିରଫ କରିଛି। ମରିୟମ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟ (ପିଡିଏମ୍)ର କରାଚି ରାଲି ପରେ ଏହି ଗିରଫଦାରି ହୋଇଛି।
ମରିୟମ କହିଛନ୍ତି, ସେମାନେ କରାଚିର ଏକ ହୋଟେଲରେ ରହୁଥିଲେ। ପୁଲିସ କୋଠରୀର କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲା ଏବଂ କ୍ୟାପଟେନ ସଫଦର ଆୱାନଙ୍କୁ ଗିରଫ କରିଥିଲା। ପାକିସ୍ତାନରେ ଇମ୍ରାନ ଖାନ ସରକାର ବିରୋଧରେ ବିରୋଧୀ ଲୋକଙ୍କୁ ଭଡକଉଛି । ସରକାର ବିରୋଧରେ ବିକ୍ଷୋଭ ଓ ଶୋଭାଯାତ୍ରା ବୃଦ୍ଧି ପାଉଛି। ଏହା ଇମ୍ରାନ ଖାନ ଏବଂ ପାକିସ୍ତାନୀ ସେନା ପାଇଁ ଚିନ୍ତାର କାରଣ ପାଲଟିଛି।