ଜେଲରୁ ବାହାରିଲେ ସାଂସଦ ନବନୀତ ରାଣା

ଜେଲରୁ ବାହାରକୁ ଆସିଲେ ସାଂସଦ ନବନୀତ ରାଣା ।

(ମୁମ୍ବାଇ) : ଜେଲରୁ ବାହାରକୁ ଆସିଲେ ସାଂସଦ ନବନୀତ ରାଣା । ଅମରାବତୀର ସ୍ୱାଧୀନ ସାଂସଦ ନବନୀତ ରାଣା ଗୁରୁବାର ୧୩ ଦିନ ପରେ ଜେଲରୁ ବାହାରକୁ ଆସିଛନ୍ତି। ତାଙ୍କ ସ୍ବାମୀ ତଥା ବିଧାୟକ ରବି ରାଣା ମଧ୍ୟ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ, ଜେଲରୁ ବାହାରିଯିବେ।

 

ରାଣା ଦମ୍ପତିଙ୍କୁ ବୋରିଭଲି କୋର୍ଟରେ ଆଜି ୫୦-୫୦ ହଜାର ଟଙ୍କାର ବେଲ୍ ବଣ୍ଡରେ ଜାମିନ୍ ମିଳିଛି। କୋର୍ଟ ମୁକୁଳିବାର ନିର୍ଦେଶ ଦେବା ପରେ ଦୁଇଟି ଟିମ୍ ବାଇକୁଲା ଓ ତଲୋଜ୍ ପହଁଞ୍ଚିଛନ୍ତି।

ସୂଚନାନୁଯାୟୀ ,ମୁମ୍ବାଇ ସେସନ୍ କୋର୍ଟ ସାଂସଦ ନବନୀତ ରାଣା ଓ ତାଙ୍କ ସ୍ବାମୀ ରବି ରାଣା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତେଶ୍ରୀ ଆଗରେ ହନୁମାନ ଚାଳିବା ପାଠ କରିବାର ଘୋଷଣା କରିଥିଲେ। ସେଥିପାଇଁ ପୋଲିସ ତାଙ୍କୁ ଗିରଫ କରିଥିଲା। ପୋଲିସ ନବନୀତଙ୍କ ବିରୋଧରେ ଉତ୍ତେଜନାକାରୀ ଭାଷଣ, ସମାଜରେ ଅଶାନ୍ତି ସୃଷ୍ଟି କରିବାର ଅଭିଯୋଗ ଅନୁସାରେ ମାମଲା ରୁଜୁ କରିଥିଲା। ପରେ ଦୁହିଁଙ୍କ ବିରୋଧରେ ପୋଲିସ ଦେଶଦ୍ରୋହ ମାମଲା ରୁଜୁ କରିଥିଲା।