(ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ଆଜି ଶୂନ୍ୟ କାଳରେ ବିରୋଧି ଦଳ ନେତା ନରସିଂହ ମିଶ୍ର ପଶ୍ଚିମ ଓଡିଶା ରେ ସ୍ଥାୟୀ ବେଚଂ ପ୍ରତିଷ୍ଠା ପାଇଁ ଓକିଲ ମାନଙ୍କ ଆନ୍ଦୋଳନ ଓ ଶିକ୍ଷକ ମାନଙ୍କ ଆନ୍ଦୋଳନର ପ୍ରସଙ୍ଗରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ ଶିକ୍ଷକମାନଙ୍କ ୨୧ ଦିନ ଧରି ଆନ୍ଦୋଳନରେ ବହୁତ ସ୍କୁଲ ରେ ପାଠ ପଢାରେ ବ୍ୟାଘାତ ଦେଖାଦେଉଛି ସରକାର କେବଳ ଶିକ୍ଷକ ମାନଙ୍କ ସହ ନୁହେଁ ପିଲା ମାନଙ୍କ ଜୀବନ ସହ ମଧ୍ୟ ଖେଳୁଛନ୍ତି ତାନେଇ ଖୁବ ଶିଘ୍ର ସମାଧାନର ରାସ୍ତା ବାହାର କରନ୍ତୁ ବୋଲି ଶୂନ୍ୟକାଳରେ ପ୍ରସ୍ଥାବ ରଖିଥିଲେ ।
ସେପଟେ ବିଜେପି ନେତା କନକ ବର୍ଦ୍ଧନ ସିଂଦେଓ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଉଠାଇଥିଲେ ଓ କହିଥିଲେ ଇନକ୍ୱାରୀ କମିଟିକୁ ୩ ମାସ ପୁରିଗଲାଣି କିନ୍ତୁ ଏପର୍ଯ୍ୟନ୍ତ କିଛି ରିପୋର୍ଟ ଦିଆଯାଇନାହିଁ । ତାହାର ରୋପୋର୍ଟକୁ ଗୃହରେ ଅବଗତ କରାଇବା ପାଇଁ ବାଚସ୍ପତିଙ୍କ ନିକଟରେ ବାବି କରିଥିଲେ । ସେଇଭଳି ବିଜେଡି ନେତା ସଂଜୟ ଦାସବର୍ମା ଚିଲିକାରେ ସିପ୍ଲେନ ପ୍ରସଙ୍ଗ ଉଠାଇ କହିଥିଲେ କି ଚିଲିକାରେ ୧୭୦ ଡଲ୍ଫିନ, ୩୫୦ ପ୍ରଜାତିର ଜଳଜୀବ ଓ ୨୦୦ ପ୍ରଜାତିର ପକ୍ଷୀ ସାରା ବିଶ୍ୱ ରୁ ଆସିଥାନ୍ତି । ଚିଲିକା ଉପରେ ୨ଲକ୍ଷରୁ ଅଧିକ ମତ୍ସ୍ୟଜୀବି ନିଜର ପରିବାର ଗୁଜୁରଣ ପାଇଁ ଚିଲିକା ଉପରେ ନିର୍ଭର କରିଥାନ୍ତି । ତେଣୁ ଚିଲିକାରେ ସିପ୍ଲେନ କରିବା କେନ୍ଦ୍ରମନ୍ତ୍ରୀ ଙ୍କ ଉଦ୍ଦଭଟ ଚିନ୍ତାଧାରା । କେନ୍ଦ୍ରମନ୍ତ୍ରୀ ଦେଇଥିବା ପ୍ରସ୍ତାବକୁ ପ୍ରତ୍ୟାହାର ପାଇଁ ଦାବି କରିଥିଲେ , ତାଙ୍କ ଦାବୀ କୁ ଖୋର୍ଦ୍ଧା ବିଧାୟକ ସମର୍ଥନ କରିଥିଲେ ।